ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୫୫/୮

107

କନକ ବ୍ୟୁରୋ: ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ଦମଦାର ଦ୍ୱିଶତକ । ଯାହା ଫଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡର ସ୍କୋର ୮ ୱିକେଟ୍ ହରାଇ କରିଛି ୫୫୫ ରନ୍ । ଭାରତ ପକ୍ଷରୁ ଇଶାନ୍ତ, ବୁମରା, ଅଶ୍ୱିନୀ ଓ ନଦୀମଙ୍କ ଦୁଇଟି ଲେଖାଏଁ ସଫଳତା ମିଳିଛି ।

ଗତକାଲିର ଇଂନିସଠାରୁ ଆଜି ପୁଣି ଇଂଲଣ୍ଡ ନିଜର ବ୍ୟାଟିଂ ଜାରି ରଖିଥିଲା । ଗତକାଲି ଶତକ ଅର୍ଜନ କରିଥିବା ଇଂଲଣ୍ଡ ଦଳର ଅଧିନାୟକ ଆଜି ନିଜର ଦ୍ୱିଶତକ ପୂରଣ କରିଥିଲେ । ତାଙ୍କ ସହ ବେନ୍ ଷ୍ଟୋକସ୍ ମଧ୍ୟ ୮୨ ରନ୍ କରି ଶତକରୁ ବଞ୍ଚିିତ ହୋଇଥିଲେ । ଏହାପରେ ଅନ୍ୟ କୌଣସି ଇଂଲିସ ବ୍ୟାଟ୍ସମ୍ୟାନ ବଡ ଇଂନିସ ଖେଳିପାରିନଥିଲେ । ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୫୫୫ ରନ୍ ସଂଗ୍ରହ କରିନେଇଛି । ଭାରତ ପକ୍ଷରୁ ଦ୍ରୁତ ବୋଲର ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା ଦୁଇଟି ଲେଖାଏଁ ସଫଳତା ପାଇଛନ୍ତି । ତାଙ୍କ ସହିତ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଓ ସାହାବାଜ୍ ନଦିମ ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ।