ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ଜୋ ରୁଟଙ୍କ ଦମଦାର ଶତକ । ପ୍ରଥମ ଦିନରେ ଇଂଲଣ୍ଡ ଦଳ ୨୬୩/୩

126

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ବ୍ୟାଟିଂ କରିଛି ବ୍ରିଟିଶ ଦଳ । ଅଧିନାୟକ ଜୋ ରୁଟଙ୍କ ଅପରାଜିତ ଶତକୀୟ ଇଂନିସ ବଳରେ ଦଳ ପ୍ରଥମ ଦିନର ଖେଳ ଶେଷସୁଦ୍ଧା ୩ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରିନେଇଛି । ଟିମ୍ ଇଣ୍ଡିଆ ପକ୍ଷରୁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ସଫଳ ବୋଲର ଭାବେ ପ୍ରଥମ ଦିନରେ ୨ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ।

ଶୁକ୍ରବାର ଚେନ୍ନାଇର ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବିରାଟ ବାହିନୀ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ତେବେ ପ୍ରଥମରୁ ହିଁ ଇଂଲଣ୍ଡ ଦଳ ଚତ୍ମକାର ପ୍ରଦର୍ଶନ କରିଥିଲା । ଦଳର ଦୁଇ ଓପନର ଅର୍ଦ୍ଧଶତକୀୟ ପାର୍ଟନରସିପ କରିବା ପରେ ଦଳକୁ ପ୍ରଥମ ଝଟକା ଦେଇଥିଲେ ଅଶ୍ୱିନୀ । ଏହାପରେ ବମରା ଲଗାତାର ଇଂଲଣ୍ଡ ଦଳକୁ ଦ୍ୱିତୀୟ ଝଟକା ଦେଇଥିଲେ ।

ଏହାପରେ କିନ୍ତୁ ଇଂଲଣ୍ଡ ଦଳ ଅଧିନାୟକ ଜୋ ରୁଟଙ୍କ ଇଂନିସ ବଳରେ ନିଜ ପାଳିକୁ ଆଗକୁ ବଢାଇଥିଲା । ଜୋ ରୁଟ ନିଜର ଶତକ ପୂରଣ କରିବା ସହିତ ବର୍ତ୍ତମାନ ୧୨୮ ରନରେ ନଟ୍ ଆଉଟ୍ ଅଛନ୍ତି । ଟିମ୍ ଇଣ୍ଡିଆ ପକ୍ଷରୁ ବୁମରା ୨ଟି ଓ ଅଶ୍ୱିନୀ ଗୋଟିଏ ୱିକେଟ୍ ନେଇଛନ୍ତି । ଆସନ୍ତାକାଲି ସକାଳ ସାଢେ ୯ଟାରୁ ମ୍ୟାଚର ଦ୍ୱିତୀୟ ଦିନ ଖେଳାଯିବ ।