କନକ ବ୍ୟୁରୋ: ଆଇପିଏଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜାମ୍ମୁ କାଶ୍ମିରର ଫାଷ୍ଟ ବୋଲର ଉମରାନ ମଲ୍ଲିକ । ସେ ଚଳିତ ବର୍ଷ ଆଇପିଏଲ ଇତିହାସରେ ସବୁଠାରୁ ଦ୍ରୁତତମ ବଲ ପକାଇ ପୂରା କ୍ରିକେଟ ଜଗତକୁ ଚମକାଇ ଦେଇଛନ୍ତି । ଆଉ ଅନେକ ବରିଷ୍ଠ କ୍ରିକେଟର ମଧ୍ୟ ତାଙ୍କୁ ବେଶ ପସନ୍ଦ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ।

Advertisment

ଉମରାନ ମଲ୍ଲିକଙ୍କୁ ନେଇ କେଭିନ ପିଟରସନ କହିଛନ୍ତି, ଯଦି ମୁଁ ଭାରତୀୟ ଟିମର ଚୟନକର୍ତ୍ତା ହୋଇଥାନ୍ତି ତେବେ ଉମରାନଙ୍କୁ ଚୟନ କରିଥାନ୍ତି । ଆଉ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳାଇଥାନ୍ତି । ତାଙ୍କ ବୋଲରେ ଇଂଲଣ୍ଡ ଖେଳାଳି ଡରିଯାଇଥାନ୍ତେ । ତାଙ୍କ ଖେଳକୁ କେହିବି ଉପଭୋଗ କରିପାରିବେନି ।

ସେ ଆହୁରି ମଧ୍ୟ କହିଛନ୍ତି, ଉମରାନ ବର୍ତ୍ତମାନ ସମୟର ଜଣେ ବଡ ପ୍ରତିଭା । ତାଙ୍କୁ ଭାରତ ବିଦେଶ ଗସ୍ତରେ ନଖେଳାଇ ବଡ ଭୁଲ କରୁଛି । ମୋ ମତରେ ଏବେ ଅପେକ୍ଷା ନକରି ଉମରାନଙ୍କୁ ଟେଷ୍ଟ ସହ ଦିନିକିଆ ଓ ଟି-୨୦ରେ ବି ଭାରତ ମୈଦାନକୁ ଓହ୍ଲାଇବା ଦରକାର ।

ଉମରାନ ଚଳିତ ଆଇପିଏଲରେ ୧୦ଟି ମ୍ୟାଚ ଖେଳି ୧୫ଟି ୱିକେଟ ନେଇଛନ୍ତି । ଏହାସହ ଚଳିତ ଆଇପିଏଲରେ ୧୫୭ ବେଗରେ ବଲ ପକାଇଛନ୍ତି । ଯାହାକି ଚଳିତ ଆଇପିଏଲର ସବୁଠାରୁ ଦ୍ରୁତ ବଲ । ଏହାପୂର୍ବରୁ ସନ ଟ୍ରେଟ ୧୫୭.୭୧ ସ୍ପିଡରେ ବଲ ପକାଇଥିଲେ । ଉମରାନ ଗତ ସିଜିନରେ ହାଇଦ୍ରାବାଦ ପକ୍ଷରୁ ଡେବ୍ୟୁ କରିଥିଲେ । ଚଳିତ ବର୍ଷ ହାଇଦ୍ରାବାଦ ତାଙ୍କୁ ୪ କୋଟି ଟଙ୍କାରେ ରିଟେନ ରଖିଥିଲା ।