ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ପ୍ରଥମ ଇଂନିସରେ ଭାରତଠାରୁ ୩୫୪ ରନ ଆଗରେ ଇଂଲଣ୍ଡ ।

149

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବିରାଟ ବାହିନୀଠାରୁ ପ୍ରଥମ ଇଂନିସରେ ବଡ ଲିଡ୍ ନେଇଛି ଇଂଲଣ୍ଡ ଦଳ । ପ୍ରଥମ ଇଂନିସରେ ଇଂଲଣ୍ଡ ୪୩୨ ରନରେ ଅଲଆଉଟ୍ ହେବା ସହିତ ୩୫୪ ରନର ଲିଡ୍ ନେଇଛି । ତେବେ ଏହି ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ୪ ୱିକେଟ୍ ସଫଳତା ମିଳିଛି ।

ତୃତୀୟ ଟେଷ୍ଟରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହାପରେ କିନ୍ତୁ ଭାରତର କୌଣସି ଖେଳାଳି କ୍ରିଜ୍ ଉପରେ ଅଧିକ ସମୟ ତିଷ୍ଠି ରହି ପାରିନଥିଲେ । ଫଳରେ ଟିମ୍ ଇଣ୍ଡିଆ ମାତ୍ର ୭୮ ରନ କରି ଅଲଆଉଟ୍ ହେଇଯାଇଥିଲା । ଏହାପରେ ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ କିନ୍ତୁ ଚମକ୍ରାର ଆରମ୍ଭ କରିବା ସହିତ ଅଧିନାୟକ ରୁଟଙ୍କ ଶତକ ସହ ୪୩୨ ରନ୍ କରିବାକୁ ସକ୍ଷମ ହୋଇଛି ।

ଭାରତ ପକ୍ଷରୁ ମହମ୍ମଦ ଶାମିଙ୍କୁ ୪ଟି ସଫଳତା ମିଳିଥିବାବେଳେ ବୁମରା, ସିରାଜ ଓ ଜାଡେଜାଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଛି । ତେବେ ଏହି ମ୍ୟାଚରେ କେଉଁ ଦଳ ଜିତାପଟ ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।