ଓଭାଲରେ ପୁଣି ବ୍ୟାଟିଂ ବିପର୍ଯ୍ୟୟ: ପଂଚମ ମ୍ୟାଚର ଦ୍ୱିତୀୟ ଦିନରେ ୬ ୱିକେଟ୍ ହରାଇ ୧୭୪ ରନ୍ କରିବାରେ ସକ୍ଷମ ହେଲା ଭାରତ

Advertisment
ଓଭାଲରେ ପୁଣି ବ୍ୟାଟିଂ ବିପର୍ଯ୍ୟୟ: ପଂଚମ ମ୍ୟାଚର ଦ୍ୱିତୀୟ ଦିନରେ ୬ ୱିକେଟ୍ ହରାଇ ୧୭୪ ରନ୍ କରିବାରେ ସକ୍ଷମ ହେଲା ଭାରତ

Source:Hotstar

କନକ ବ୍ୟୁରୋ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ ବିଫଳତା ଜାରି ରହିଛି। ଏଠାରେ ଖେଳା ଯାଉଥିବା ପଞ୍ଚମ ଟେଷ୍ଟରେ ଇଂଲଣ୍ଡର ୩୩୨ ରନ୍ ଜବାବରେ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ୬ ଓ୍ଵିକେଟ୍ ହରାଇ ୧୭୪ ରନ୍ କରିବା ସହ ଆଉ ଏକ ଆସନ୍ନ ପରାଜୟ ଆଡ଼କୁ ଅଗ୍ରସର ହୋଇଛି। ଧାଓ୍ଵନ, ରାହୁଲ, ରାହାଣେ, ପୂଜାରା ଓ ଋଷବ ପନ୍ତ ନିଜ ନିଜ ଓ୍ଵିକେଟ୍ ଫିଙ୍ଗି ଦେଇଛନ୍ତି। ଅଧିନାୟକ ବିରାଟ କୋହଲି (୪୯) ଏକାକି ଲଢ଼ିଥିଲେ ମଧ୍ୟ ଅର୍ଧଶତକର ଗୋଟିଏ ରନ୍ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କ ଶିକାର ହୋଇଛନ୍ତି।

ଶନିବାର ଖେଳ ଶେଷ ବେଳକୁ ନବାଗତ ହନୁମା ବିହାରୀ ୨୫ ଓ ରବୀନ୍ଦ୍ର ଜାଦେଜା ୮ ରନରେ ଅପରାଜିତ ରହିଛନ୍ତି। ପ୍ରଥମ ଦିନ ୧୯୮ ରନରେ ୭ ଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିବା ଭାରତ ଏହି ଦଳର ଶେଷ ତିନିଟି ଓ୍ଵିକେଟ୍ ନେବାକୁ ଆଉ ୧୩୪ ରନ୍ ବ୍ୟୟ କରିଥିଲା। ଫଳରେ ଇଂଲଣ୍ଡ ୩୩୨ ରନ୍ କରି ତା’ର ସ୍ଥିତି ସୁଦୃଢ଼ କରି ନେଇଥିଲା।

ସେପଟେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ (୩) ଓ ଲୋକେଶ ରହୁଲ (୩୭) ଚିରାଚରିତ ଭାବେ ପୁଣି ଥରେ ବିଫଳ ହୋଇଥିଲେ। ସେହିଭଳି ଚତୁର୍ଥ ସ୍ଥାନରେ ଆସିଥିବା ଅଜିଙ୍କ୍ୟ ରାହାଣେ (୦) ଖାତା ଖୋଲି ପାରି ନଥିଲେ। ଚେତେଶ୍ୱର ପୂଜାରା (୩୭) ଭଲ ଆରମ୍ଭ ପାଇଥିଲେ। ହେଲେ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ପୂର୍ବରୁ ଜୋସ୍ ବଟଲର (୮୯) ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଚିଥିଲେ। ଷ୍ଟୁଆର୍ଟ ବ୍ରଡ (୩୮)ଙ୍କ ସହ ମିଶି ନବମ ଓ୍ଵିକେଟ୍ରେ ୯୮ ରନ୍ ଯୋଡ଼ି ଭାରତକୁ ନିରାଶ କରିଥିଲେ। ଇଂଲଣ୍ଡକୁ ମଧ୍ୟ ମ୍ୟାଚ୍କୁ ଫେରାଇ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe