ସିରିଜ ହାତେଇଲା ଇଂଲଣ୍ଡ । ଭାରତ ବିପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚକୁ ୬୦ ରନରେ ଜିତିବା ସହ ସିରିଜ ହାତେଇଛି ଇଂଲଣ୍ଡ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ରହି ସିରିଜ ଉପରେ କବଜା କରିଛି ଇଂଲଣ୍ଡ । ଏହା ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ଭାରତ ବାଜି ମାରି ନେଇଥିଲା । ତେବେ ଚତୁର୍ଥ ମ୍ୟାଚରେ ଜବରଦସ୍ତ କମବ୍ୟାକ କରି ଭାରତକୁ ୬୦ ରନରେ ମାତ ଦେଇଛି ଇଂଲଣ୍ଡ ।
/kanak/media/post_attachments/wp-content/uploads/2018/09/curran-ap-m.jpg) ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ଇନିଂସରେ ୨୪୫ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ଭାରତ ମାତ୍ର ୧୮୪ ରନରେ ସମସ୍ତ ୱିକେଟ ହରାଇଥିଲା । ଆଉ ଏହାସହ ବିରାଟ ବାହିନୀର ସିରିଜକୁ ଫେରିବା ଆଶା ଧୂଳିସାତ ହୋଇଛି । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍ ହରାଇ ୨୭୧ ରନ୍ରେ ଅଲ୍ ଆଉଟ୍ ହେବା ପରେ ଏହି ଲକ୍ଷ୍ୟ ମିଳିଥିଲା। ଭାରତ ପ୍ରଥମ ଇଂନିସରେ ୨୭୩ ରନ୍ ସଂଗ୍ରହ କରିଥିଲା କିନ୍ତୁ ପ୍ରଥମ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍ ହରାଇ ୨୪୬ ରନ୍ ଯୋଡ଼ିଥିଲା। ୪ର୍ଥ ଇନିଂସରେ ଭାରକୁ ଏହି ଟେଷ୍ଟ ଜିତିବା ପାଇଁ ୨୪୫ ରନ୍ ଆବଶ୍ୟକ ଥିଲା।
ଚତୁର୍ଥ ମ୍ୟାଚରେ ଦ୍ୱିତୀୟ ଇନିଂସରେ ୨୪୫ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ଭାରତ ମାତ୍ର ୧୮୪ ରନରେ ସମସ୍ତ ୱିକେଟ ହରାଇଥିଲା । ଆଉ ଏହାସହ ବିରାଟ ବାହିନୀର ସିରିଜକୁ ଫେରିବା ଆଶା ଧୂଳିସାତ ହୋଇଛି । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍ ହରାଇ ୨୭୧ ରନ୍ରେ ଅଲ୍ ଆଉଟ୍ ହେବା ପରେ ଏହି ଲକ୍ଷ୍ୟ ମିଳିଥିଲା। ଭାରତ ପ୍ରଥମ ଇଂନିସରେ ୨୭୩ ରନ୍ ସଂଗ୍ରହ କରିଥିଲା କିନ୍ତୁ ପ୍ରଥମ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ୍ ହରାଇ ୨୪୬ ରନ୍ ଯୋଡ଼ିଥିଲା। ୪ର୍ଥ ଇନିଂସରେ ଭାରକୁ ଏହି ଟେଷ୍ଟ ଜିତିବା ପାଇଁ ୨୪୫ ରନ୍ ଆବଶ୍ୟକ ଥିଲା।
ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଶିକାର ହୋଇଥିଲା । ମାତ୍ର ୨୨ ରନରେ ୩ଟି ୱିକେଟ ହରାଇଥିଲା ଦଳ । ହେଲେ ଟିମ୍ ଇଣ୍ଡିଆ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଥିଲେ କୋହଲି ଏବଂ ରାହାଣେଙ୍କ ଯୋଡ଼ି । ତେବେ ବିରାଟ୍ କୋହଲି ଆଉଟ୍ ହେବା ପରେ ତାସ୍ ପତା ଭଳି ଖସି ପଡ଼ିଥିଲା ପୁରା ଦଳ । ୧୨୩ ରନରେ ୪ ୱିକେଟ ହରାଇଥିବା ଭାରତୀୟ ଦଳ ଶେଷ ୬ଟି ୱିକେଟ୍ ହରାଇଥିଲା ମାତ୍ର ୬୧ ରନରେ । ଭାରତ ପକ୍ଷରୁ କ୍ୟାପଟେନ୍ କୋହଲି ସର୍ବାଧିକ ୫୮ ଏବଂ ରାହାଣେ ୫୧ ରନ୍ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/moeen-getty-1535902814.jpg)