ବିଶ୍ୱକପ କ୍ରିକେଟ: ପ୍ରଥମରୁ ଆୟୋଜକ ଇଂଲଣ୍ଡର ଆଧିପତ୍ୟ ବିସ୍ତାର । ଜବରଦସ୍ତ ବ୍ୟାଟିଂ, ବୋଲିଂରେ ଘାଇଲା ହେଲା ଦକ୍ଷିଣ ଆଫ୍ରିକା

102

କନକ ବ୍ୟୁରୋ: କ୍ରିକେଟ ମହାକୁମ୍ଭ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୪ ରନରେ ପରାସ୍ତ କରିଛି ଆୟୋଜକ ଦଳ ଇଂଲଣ୍ଡ । ଏହି ବିଜୟ ସହ ଇଂଲଣ୍ଡ ଦମଦାର ଶୈଳୀରେ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ସବୁଥିରେ ଜବରଦସ୍ତ ପ୍ରଦର୍ଶନ କରି ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ଆୟୋଜକ ଦଳ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୧୧ ରନ ସଂଗ୍ରହ କରିଥିଲା ।

ଦଳ ପକ୍ଷରୁ ରୁଟ୍ , ମୋର୍ଗାନ ଓ ଷ୍ଟୋକସଙ୍କ ଅର୍ଦ୍ଧଶତକ ବଳରେ ବଡ ସ୍କୋର କରିପାରିଥିଲା ଇଂଲଣ୍ଡ ଦଳ । ୩୧୨ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ମାତ୍ର ୨୦୭ରନ କରିପାରିଥିଲା । ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଥିଲେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ଜୋଫ୍ରା ଆର୍ଚର । ସେପଟେ ଆଜି ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ ।