ବେୟାରଷ୍ଟୋ-ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ । ଭାରତକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ ।

177

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଜନି ବେୟାରଷ୍ଟୋ ଓ ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଛି । ଏହାସହ ଏହି ୩ ଟିକିଆ ମୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି ।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ଆସିଥିଲା ଭାରତ । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱନ ଓପନିଂ କରିଥିଲେ । ଦୁଇ ଓପନର ବିଫଳ ହେବାପରେ କୋହଲି ଓ ରାହୁଲ ଦମଦାର ପାଳି ଖେଳିଥିଲେ । ଆଉ ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ । ଏହାପରେ ରିଷବ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ ।

ଦଳ ପକ୍ଷରୁ କେଏଲ ରାହୁଲ ୧୦୮ ରନ, ରିଷବ ପନ୍ତ ୭୭ ରନ, ବିରାଟ କୋହଲି ୬୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରୁ ଧୂଆଁଧାର ୩୫ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୩୩୬ ରନ କରିବାରେ ସକ୍ଷମ ହୋଇଥିଲା ।

୩୩୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ ଦଳ । ଇଂଲଣ୍ଡ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ଜନି ବେୟାରଷ୍ଟୋ ୧୨୪ କରି ଏଚ୍ଛଳ ହାସଲ କରିଥିଲେ । ସେହିପରି ବେନ ଷ୍ଟୋକ୍ସ ୯୯, ଜାସନ ରଏ ୫୫ ରନ କରିଥିଲେ । ଫଳରେ ଇଂଲଣ୍ଡ ୪୪ ଓଭରରେ ୪ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରି ବିଜୟ ଲାଭ କରିଛି ।