ସେମିଫାଇନାଲରେ ପହଞ୍ଚିଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ! କାଲି ଭାରତ ପାଇଁ ଚ୍ୟାଲେଞ୍ଜ ।

ସେମିଫାଇନାଲରେ ପହଞ୍ଚିଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ! କାଲି ଭାରତ ପାଇଁ ଚ୍ୟାଲେଞ୍ଜ ।

image courtesy - www.dnaindia.com

ହକି ବିଶ୍ୱକପ ୨୦୧୮ ସେମିଫାଇନାଲରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଏବଂ ଇଲଂଣ୍ଡ । ହକି ବିଶ୍ୱକପରେ ଆଜି ଖେଳାଯାଇଥିଲା ଦୁଇଟି କ୍ୱାର୍ଟର ଫାଇନାଲ ମୁକାବିଲା । ଆଜି ପ୍ରଥମ କ୍ୱାର୍ଟର ଫାଇନାଲ ଲଢେଇରେ ଇଂଲଣ୍ଡ ୩-୨ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। କ୍ୱାର୍ଟର ଫାଇନାଲ ମୁକାବିଲାରେ ବିଜୟୀ ହେବା ପରେ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ଡିସେମ୍ବର ୧୫ରେ ଜର୍ମାନୀ ଓ ବେଲଜିୟମ୍ ମଧ୍ୟରେ ହେବାକୁ ଥିବା ମ୍ୟାଚର ବିଜେତାକୁ ଭେଟିବ।

publive-imageହକି ବିଶ୍ୱକପର ଅନ୍ୟତମ କ୍ୱାର୍ଟରଫାଇନାଲ ମ୍ୟାଚରେ ବୁଧବାର ଅଷ୍ଟ୍ରେଲିଆ ୩-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପର ୩୦ତମ ମ୍ୟାଚରେ ଅଷ୍ଟ୍ରେଲିଆର ଖେଳାଳିମାନେ ଫ୍ରାନ୍ସ ଖେଳାଳିଙ୍କ ଉପରେ ଆରମ୍ଭରୁ ନିଜର ଆଧିପତ୍ୟ ଜାରି ରଖିଥିଲେ। ଆୟୋଜକ ଭାରତ ଏବଂ ନେଦରଲାଣ୍ଡସ୍ ମଧ୍ୟରେ ଗୁରୁବାର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ ଏବଂ ଏହି ମ୍ୟାଚର ବିଜେତା ଅଷ୍ଟ୍ରେଲିଆକୁ ଡିସେମ୍ବର ୧୫ରେ ସେମିଫାଇନାଲରେ ମୁକାବିଲା କରିବ।

publive-imageବିଶ୍ୱକପର ୧୪ତମ ସଂସ୍କରଣ ଆଉ ୩ ଦିନ ପରେ ଶେଷ ହେବ। ଓଡ଼ିଶାରେ ଅଥବା କଳିଙ୍ଗ ହକି ଗ୍ରାଉଣ୍ଡରେ ପୁଣି ଥରେ କେବେ ବିଶ୍ୱକପର ଆୟୋଜନ ହେବ ତାହା ଏବେ ଠାରୁ କେହି କହି ହେବ ନାହିଁ। ଯେହେତୁ ଏବେ ହକି ବିଶ୍ୱକପ୍ ଚାଲିଛି, ଏହାକୁ ଦେଖିବାର ସୁଯୋଗ ହାତ ଛଡ଼ା କରି ନାହାନ୍ତି ଭୁବନେଶ୍ୱର ତଥା ଓଡ଼ିଶାର ହକିପ୍ରେମୀ। ଆସନ୍ତା ରବିବାର ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବା କଷ୍ଟ ହୋଇଯାଇଛି। କଳିଙ୍ଗ ହକି ଗ୍ରାଉଣ୍ଡରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe