ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଲେ ମୋଇନ ଅଲ୍ଲୀ: ଟି-୨୦, ଦିନିକିଆରେ ଜାରି ରଖିବେ ଖେଳ

145

କନକ ବ୍ୟୁରୋ: ଇଂଲଣ୍ଡର ଦକ୍ଷ କ୍ରିକେଟର ମୋଇନ ଅଲ୍ଲୀ ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ସେ ଟି-୨୦ରେ ଅଧିକ ଫୋକସ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି । ୩୪ ବର୍ଷିୟ ଏହି କ୍ରିକେଟର ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପାଇଁ ଅନେକ ଛାପ ଛାଡିଛନ୍ତି ।

ସେ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟ ମ୍ୟାଚ ଖେଳି ୨୮.୨୯ ଆଭରେଜରେ ୨ ହଜାର ୯୧୪ ରନ କରିଛନ୍ତି । ସେହିପରି ୩୬.୬୬ ଆଭରେଜରେ ୧୯୫ ୱିକେଟ ନେଇଛନ୍ତି । ଯେଉଁଥିରେ ୧୪ ଅର୍ଦ୍ଧଶତକ ଓ ୫ ଶତକ ସାମିଲ ରହିଛି ।

୨୦୧୯ ଆସେସ ସିରିଜ ପରେ ମୋଇନ ଅଲ୍ଲୀ ଟେଷ୍ଟ କ୍ରିକେଟ ଖେଳି ନଥିଲେ । ହେଲେ ନିକଟରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ସେ ପୁଣି ଦଳକୁ ଫେରିଥିଲେ । ବର୍ତ୍ତମାନ ମୋଇନ ଅଲ୍ଲୀ ୟୁଏଇରେ ଆଇପିଏଲ ଖେଳୁଛନ୍ତି । ଯେଉଁଥିରେ ସେ ଚେନ୍ନାଇ ସୁପର କିଙ୍ଗସର ପ୍ରମୁଖ ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସେ କେବଳ ଇଂଲଣ୍ଡ ପାଇଁ ଟି-୨୦ ଓ ଦିନିକିଆ ମ୍ୟାଚ ଜାରି ରଖିବେ ।