କନକ ବ୍ୟୁରୋ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଦମଦାର ବୋଲିଂ କରିଛି ଟିମ୍ ଇଣ୍ଡିଆ । ଯାହା ଫଳରେ ଖେଳର ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ମାତ୍ର ୨୦୫ ରନରେ ଅଲଆଉଟ୍ ହୋଇଯାଇଛି । ଭାରତ ପକ୍ଷରୁ ଦୁଇ ସ୍ପିନର ଅକ୍ଷର ପଟେଲ ଓ ଆର ଅଶ୍ୱିନଙ୍କୁ ଯଥାକ୍ରମେ ୪ଟି ଓ ୩ଟି ୱିକେଟ୍ ସଫଳତା ମିଳିଛି ।
ଗୁରୁବାର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କିନ୍ତୁ ଦଳ ୭୮ ରନ ଭିତରେ ନିଜର ୪ଟି ୱିକେଟ୍ ହରାଇ ଦେଇଥିଲା । ଶେଷ ଆଢକୁ ଷ୍ଟୋକସ୍ ଓ ଲରେନ୍ସଙ୍କ ଉପ ଯୋଗୀ ଇଂନିସ ଯୋଗୁଁ ଦଳର ସ୍କୋର ୨ ଶହ ଟପିବା ସହିତ ଦଳ ସର୍ବମୋଟ ୨୦୫ ରନ୍ କରିପାରିଛି ।
ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ମୋଟ ୫ ଜଣ ବୋଲରଙ୍କୁ ଲଗାଇଥିଲେ । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ କୌଣସି ସଫଳତା ମିଳିନଥିବାବେଳେ ଅନ୍ୟ ସମସ୍ତ ବୋଲର ସଫଳତା ପାଇଥିଲେ । ଇଂଲଣ୍ଡ ଅଲଆଉଟ୍ ହେବା ପରେ ଏବେ ଟିମ୍ ଇଣ୍ଡିଆ ପ୍ରଥମ ଇଂନିସ ବ୍ୟାଟିଂ କରିବ । ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଦୃଷ୍ଟିରୁ ଏହି ମ୍ୟାଚ୍ ଭାରତୀୟ ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/INDIA.jpg)