ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଘାତକ ବୋଲିଂ । ଦ୍ୱିତୀୟ ଇଂନିସରେ ୧୭୮ ରନରେ ଅଲଆଉଟ ହେଲା ଇଂଲଣ୍ଡ ଦଳ ।

194

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଚମତ୍କାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଅଶ୍ୱିନୀଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ । ଫଳରେ ଇଂଲଣ୍ଡ ୪୬ ଓଭର ଖେଳି ୧୭୮ ରନ କରିବାରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଅଶ୍ୱିନୀ ୬ଟି ୱିକେଟ ହାସଲ କରିଛନ୍ତି । ଏହାସହ ଏବେ ଭାରତକୁ ୪୨୦ ରନର ଟାର୍ଗେଟ ଦେଇଛି ଇଂଲଣ୍ଡ ।

ଏହି ମ୍ୟାଚର ପ୍ରଥମ ଇଂନିସରେ ଇଂଲଣ୍ଡ ଦମଦାର ପାଳି ଖେଳିଥିଲା । ଜୋ ରୁଟଙ୍କ ଦମଦାର ଦ୍ୱିଶତକ ବଳରେ ଇଂଲଣ୍ଡ ୫୭୮ ରନର ବିଶାଳ ସ୍କୋର ଛିଡା କରିଥିଲା । ହେଲେ ଭାରତ ତାର ପ୍ରଥମ ଇଂନିସରେ ଭଲ ପ୍ରଦର୍ଶନ କରିପାରିନଥିଲା । ପନ୍ତଙ୍କ ୯୧, ୱାସିଂଟନ ସୁନ୍ଦରଙ୍କ ୮୫ ଓ ପୂଜାରାଙ୍କ ୭୩ ରନ ବଳରେ ଭାରତ ୩୩୭ ରନ କରିଥିଲା ।

ଏହାପରେ ଇଂଲଣ୍ଡ ଏବେ ଦ୍ୱିତୀୟ ଇଂନିସରେ ପୂରା ଖରାପ ପ୍ରଦର୍ଶନ କରିଛି । ୧୭୮ ରନରେ ଅଲଆଉଟ ହେବା ସହ ଭାରତକୁ ୪୨୦ ରନର ବିଜୟ ଲକ୍ଷ୍ୟ ଦେଇଛି । ଏହି ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଏବେ ବ୍ୟାଟିଂ ଆରମ୍ଭ ଜାରି ରଖିଛି ।