ରେଳମନ୍ତ୍ରୀଙ୍କୁ ଇଞ୍ଜିନିୟରଙ୍କ ପରାମର୍ଶ। ସମୟାନୁବର୍ତ୍ତି ହେବା ଅପେକ୍ଷା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ

ରେଳମନ୍ତ୍ରୀଙ୍କୁ ଇଞ୍ଜିନିୟରଙ୍କ ପରାମର୍ଶ। ସମୟାନୁବର୍ତ୍ତି ହେବା ଅପେକ୍ଷା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ

କନକ ବ୍ୟୁରୋ: ଜୁନ ୨ ତାରିଖରେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖ ଏବେ ବି ତାଜା ହୋଇ ରହିଛି । କିନ୍ତୁ ଏହାରି ଭିତରେ ସ୍ୱାଭାବିକ ହୋଇଆସୁଛି ଏହି ରୁଟରେ ରେଳ ଚଳାଚଳ । ଦୁର୍ଘଟଣା ପରେ ବାହାନଗା ଷ୍ଟ୍ରେସନରେ ଟ୍ରେନ ରହୁନଥିଲା । ମଙ୍ଗଳବାର ଠାରୁ ଏହି ଷ୍ଟେସନରେ ଟ୍ରେନ ଅଟକୁଛି । ବାହାନଗାରୁ ଟିକେଟ କାଟି ଟ୍ରେନରେ ଆସିଛନ୍ତି ଯାତ୍ରୀ ।

ଚଳିତ ଶତାବ୍ଦୀର ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣା ପରେ ରେଳ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କିପରି ଏଭଳି ଘଟଣାର ଆଉ ପୁନରାବୃତି ହେବ ନାହିଁ ପରାମର୍ଶ ଦେଇଛନ୍ତି ରେଳବାଇ ଇଂଜିନିୟର । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛି ଅଲ୍ ଇଣ୍ଡିଆ ରେଲୱେ ଇଂଜିନିୟର୍ସ ଫେଡେରେସନ୍ । ଏଥିରେ ୧୧ଟି ପ୍ରସ୍ତାବ ରହିଛି । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ନଜର ପକାଇବା -

ରେଳମନ୍ତ୍ରୀଙ୍କୁ ଇଂଜିନିୟରଙ୍କ ପରାମର୍ଶ
ସମୟାନୁବର୍ତ୍ତି ହେବା ଅପେକ୍ଷା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉ
ସର୍ଟ-କଟ୍ ଉପାୟ ଅବଲମ୍ବନ କରାନଯାଉ
ରକ୍ଷଣାବେକ୍ଷଣା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉ
ରେଳ ସୁରକ୍ଷା ସମ୍ପର୍କୀତ କାର୍ଯ୍ୟ ଠିକାଦାରଙ୍କୁ ଦିଆନଯାଉ
ସୁରକ୍ଷା ସମ୍ପର୍କୀତ ନିଷ୍ପତିରେ ଇଂଜିନୟର ସଂଘର ମତ ନିଆଯାଉ
ଦୈନନ୍ଦିନ ରକ୍ଷଣାବେକ୍ଷଣା କାର୍ଯ୍ୟ ପାଇଁ ଇଂଜିନିୟରଙ୍କୁ ଅଧିକ କ୍ଷମତା ଦିଆଯାଉ
କାର୍ଯ୍ୟଚାପ କମାଇବା ପାଇଁ ତୁରନ୍ତ ଖାଲି ଥିବା ପଦବୀ ପୂରଣ କରାଯାଉ
ଷ୍ଟେସନ ମାଷ୍ଟରଙ୍କ ପାଇଁ ବୈଷୟିକ ଯୋଗ୍ୟତା ବାଧ୍ୟତାମୂଳକ ହେଉ
ବିଭିନ୍ନ ସୁରକ୍ଷା କମିଟି ଦେଇଥିବା ସୁପାରିସକୁ ତର୍ଜମା କରି ତୁରନ୍ତ କାର୍ଯ୍ୟକାରୀ କରାଯାଉ

ବାହାନଗା ଦୁର୍ଘଟଣା ପରେ ରେଳମନ୍ତ୍ରୀ ଯେପରି ଘଟଣାସ୍ଥଳରେ ଉପସ୍ଥିତ ରହି ପୁନରୁଦ୍ଧାର ଓ ମରାମତି କାର୍ଯ୍ୟକୁ ତଦାରଖ କରିଥିଲେ, ତାକୁ ପ୍ରଶଂସା କରିଛି ଅଲ୍ ଇଣ୍ଡିଆ ରେଲୱେ ଇଂଜିନିୟର୍ସ ଫେଡେରେସନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe