କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ରାଜନୀତି । ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ଆଉ ପୁରୀ ଜିଲ୍ଲା ୧ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଣେ ଇଞ୍ଜିନିୟରିଂ ଛାତ୍ରୀ ଶୁଭସ୍ମିତା ସାହୁ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ପୁରୀରେ ନିଜ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଶୁଭସ୍ମିତା ବିଟେକ ଦ୍ୱିତୀୟ ବର୍ଷର ଛାତ୍ରୀ । ଏହାସହ ସେ ମୁମ୍ବାଇର ଏକ କମ୍ପାନୀରେ ଚାକିରି ମଧ୍ୟ କରୁଥିଲେ । ହେଲେ ଜନସେବା ତାଙ୍କୁ ଆକର୍ଷିତ କରିଥିଲା । ଆଉ ଲୋକମାନଙ୍କ ସେବା କରିବାକୁ ସେ ନିଜ ମାଟିକୁ ଫେରି ରାଜନୀତିରେ ପାଦ ଦେଇଥିଲେ । ରାଜନୀତି କରିବା ପାଇଁ ସେ ନିଜ ଚାକିରି ମଧ୍ୟ ଛାଡି ଦେଇଛନ୍ତି ।
ଏନେଇ ଶୁଭସ୍ମିତା କହିଛନ୍ତି, ଚାକିରିରେ ମତେ ସନ୍ତୁଷ୍ଟ ମିଳିଲାନି । ବାପାଙ୍କ ଆଦର୍ଶରେ ମୁଁ ଏଠିକି ଆସିଛି । ଲୋକମାନଙ୍କ ପାଇଁ କିଛି କରିବାକୁ ଚାହୁଁଛି, ଲୋକମାନଙ୍କ ପାଇଁ ଲଢିବାକୁ ଚାହୁଁଛି । ଆଉ ସେଥିପାଇଁ ମୁଁ ରାଜନୀତିକୁ ଆସିଛି । ଲୋକମାନଙ୍କ ସହଯୋଗ ମିଳିଲେ ମୁଁ ସେବା କରିପାରିବି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/25-20.jpg)