କନକ ବ୍ୟୁରୋ : କଟକ ପ୍ରତାପନଗରୀ ଅଂଚଳରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ । ଏକତରଫା ପ୍ରେମକୁ ନେଇ ଛାତ୍ରୀଙ୍କ ଉପରେ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । କଲେଜରୁ ଫେରୁଥିବା ସମୟରେ ପ୍ରତାପ ନଗରୀ ସାହି ଅଂଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ସତ୍ୟ ରଂଜନ ବେହେରା ଏକ ବୁଲେଟରେ ଆସି ଛୁରା ମାଡ କରିଥିବା ଜଣାପଡିଛି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି । କଟକ ଡିସିପି କହିଛନ୍ତି, ବ୍ୟକ୍ତିଗତ କାରଣରୁ ଏଭଳି ଘଟଣା ଘଟିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।
କଟକ ପ୍ରତାପନଗରୀ ଅଞ୍ଚଳରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ । ଏକତରଫା ପ୍ରେମକୁ ନେଇ ଛାତ୍ରୀଙ୍କ ଉପରେ ଛୁରାମାଡ ସନ୍ଦେହ
/kanak/media/post_attachments/wp-content/uploads/2022/11/dc-Cover-i6h4lmd4lfvc3eesuvk2cam4v6-20190213013034.Medi_.jpeg)