କନକ ବ୍ୟୁରୋ : ଗତକାଲି ରାଜଧାନୀରୁ ଅପହରଣ ହୋଇଥିବା ଇଞ୍ଜିନିୟରିଂ ଛାତ୍ରକୁ ଉଦ୍ଧାର କରିଛି ପୋଲିସ  । ଖଣ୍ଡଗିରି ପୋଲିସ ଅପହୃତ ଛାତ୍ରକୁ ଉଦ୍ଧାର କରିବା ସହ ୬ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗତକାଲି ଇଞ୍ଜିନିୟରିଂ ଛାତ୍ରଙ୍କୁ ଅପହରଣ କରି ୧୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ ମାଗିଥିଲେ ଅପହରଣକାରୀ । କିନ୍ତୁ ତା ପୂର୍ବରୁ ଅପହରଣକାରୀଙ୍କୁ ଗିରଫ କରିଥିଲା ପୋଲିସ । ୬ ଜଣଙ୍କୁ ଗିରଫ କରିବା ସହ ଅପହରଣରେ ବ୍ୟବହାର ହୋଇଥିବା ଟାଭେରା ଓ ବାଇକ ଜବତ କରିଛି ପୁଲିସ  ।