କନକ ବ୍ୟୁରୋ: ୧୧ ମହଲାରେ ରହୁଥିଲେ ଯୁବକ । ରାତିରେ ତଳକୁ କୌଣସି କାମରେ ଯାଉଥିଲେ । ଏଥିପାଇଁ ଲିଫ୍ଟର ବଟନ୍ ମାରିଲେ । ଲିଫ୍ଟ ଡୋର ତ ଖୋଲିଲା ହେଲେ ଲିଫ୍ଟ ଆସିନଥିଲା । ଅନ୍ୟମନସ୍କ ଯୁବକ ଲିଫ୍ଟ ଭିତରକୁ ଗୋଡ ପକାଇଥିଲେ । ହେଲେ ଦୁର୍ଭାଗ୍ୟକୁ ପୁରା ତଳକୁ ଖସିପଡିଲେ । ଫଳରେ ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ଘଟଣା ଘଟିଛି ରାଜସ୍ଥାନ ଜୟପୁରରେ । ପୋଲିସର ସୂଚନା ମୁତାବକ, ମୃତ ଯୁବକ ୨୦ ୧ର୍ଷୀୟ କୁଶାଗ୍ର ମିଶ୍ରା ୟୁପି ବାରାଣସୀର ବାସିନ୍ଦା । ମଣିପାଲ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସ ପଢୁଥିଲେ । ଏଥିପାଇଁ ସେ ଜୟପୁର ମାଈ ହବେଲି ଆପାର୍ଟମେଣ୍ଟର ୧୧ ମହଲାରେ ସାଙ୍ଗ ମାନଙ୍କ ସହ ରହୁଥିଲେ । ରବିବାର ରାତିରେ ସେ ତଳକୁ ଯିବାକୁ ଲିଫ୍ଟର ବଟନ୍ ଦବାଇଲେ । ଡୋର ବି ଖୋଲିଲା ହେଲେ ଆସନଥିଲା ଲିଫ୍ଟ । କୁଶାଗ୍ର ସବୁଦିନ ପରି ସେଦିନ ମଧ୍ୟ ଲିଫ୍ଟ ଭିତରେ ଗୋଡ ପକାଇଥିଲେ । ହେଲେ ତାଙ୍କୁ ଜଣାନଥିଲା ଲପ୍ଟ ନାହିଁ ବୋଲି । ଫଳରେ ପୁରା ତଳକୁ ଲିଫ୍ଟର ଶାପ୍ଟକୁ ଖସିପଡିଲେ ।
ତାଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଆପର୍ଟମେଣ୍ଟର ବିଲ୍ଡରକୁ ଦୋଷ ଦେଇଛନ୍ତି ସେଠିକାର ବାସିନ୍ଦା ।