ଟଙ୍କା ଫେରାଇଲାନି ପ୍ରେମିକା । ବିଷ ପିଇ ଆତ୍ମହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ର

ଟଙ୍କା ଫେରାଇଲାନି ପ୍ରେମିକା । ବିଷ ପିଇ ଆତ୍ମହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ର

ପୂର୍ବତନ ପ୍ରେମିକା ଧାର ନେଇଥିବା ୨ ଲକ୍ଷ ଟଙ୍କା ନ ଫେରାଇବାରୁ ଜଣେ ଇଞ୍ଜିନିୟରିଂ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଶ୍ରୀତମ ସ୍ୱାଇଁ। ଜଗତସିଂହପୁର ଜିଲା ପାରାଦୀପର ଶ୍ରୀତମଙ୍କର ଏକ ଘରୋଇ ହସପିଟାଲରେ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ଜିମା ଦେଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଶ୍ରୀତମ ବିଷ ପିଇବାବେଳେ ଭିଡିଓ ରେକର୍ଡ କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି।

ସୂଚନା ଅନୁଯାୟୀ, ପାରାଦୀପର ଶ୍ରୀତମ ଗୁଣୁପୁରସ୍ଥିତ ଜିଆଇଇଟିରେ ବିଟେକ୍‍ ତୃତୀୟ ବର୍ଷ ପଢ଼ୁଥିଲେ। ପୂର୍ବରୁ ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବା କହି ଶ୍ରୀତମଙ୍କଠାରୁ ୨ଲକ୍ଷ ଟଙ୍କା ନେଇଥିଲେ। ଦୀର୍ଘଦିନ ପରେ ଶ୍ରୀତମଙ୍କ ଟଙ୍କା ଆବଶ୍ୟକ ପଡିବାରୁ ସମ୍ପୃକ୍ତ ଯୁବତୀଙ୍କୁ ସେ ଟଙ୍କା ମାଗିଥିଲେ। ଟଙ୍କା ମାଗିବା ପରେ ପରସ୍ପର ଭିତରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସମ୍ପୃକ୍ତ ଯୁବତୀଙ୍କ ଭାଇ ଶ୍ରୀତମଙ୍କୁ ଏହି ଘଟଣାକୁ କେନ୍ଦ୍ରକରି ମାଡ଼ ମାରିବା ସହିତ ହତ୍ୟା ଧମକ ଦେଇଥିଲେ। ଏଭଳି ଘଟଣାରେ ମାନସିକ ଦୁଶ୍ଚିନ୍ତାରେ ଥିବା ଶ୍ରୀତମ ଗଲା ବୁଧବାର ବାଦାମବାଡ଼ିରେ ଥିବା ଏକ ହୋଟେଲରେ ଏକ ରୁମ୍‍ ବୁକ୍‍ କରି ରହିଥିଲେ। ସେଦିନ ରାତିରେ ଗୁରୁତର ଅବସ୍ଥାରେ ଶ୍ରୀତମ ତାଙ୍କ ଭାଇକୁ ଭିଡ଼ିଓ କଲ୍‍ କରିଥିଲେ। ତାଙ୍କ ଭାଇ ଏ ସଂକ୍ରାନ୍ତରେ ତୁରନ୍ତ ବାଦାମବାଡ଼ି ଥାନା ପୁଲିସକୁ ଖବର ଦେଇଥିଲେ।

ପୁଲିସ ଉକ୍ତ ହୋଟେଲରେ ପହଞ୍ଚି ଶ୍ରୀତମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପରିବାର ଲୋକେ ଘଟଣା ସଂକ୍ରାନ୍ତରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏବେ ସମ୍ପୃକ୍ତ ଯୁବତୀଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe