ଇଞ୍ଜିନିୟରିଂ ନାମଲେଖା : ପ୍ରଥମ ରାଉଣ୍ଡରେ ୯୮୬୮ ସିଟ୍‌ ଆ‌ଲଟ୍‌ମେଣ୍ଟ

53

କନକ ବ୍ୟୁରୋ : ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ବି.ଆର୍କିଟେକ୍‌, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି, ବି.ପ୍ଲାନ ପାଠ୍ୟକ୍ରମରେ ନାମଲେଖା ଲାଗି  ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି । ଉକ୍ତ ପାଠ୍ୟକ୍ରମଗୁଡ଼ିକରେ ନା‌ମଲେଖା ଲାଗି ରାଜ୍ୟରେ ପ୍ରାୟ ୩୪ ହଜାର ସିଟ୍‌ ରହିଛି । ତେବେ ନାମଲେଖା ଲାଗି ୧୧ ହଜାର ୮୩୭ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୧୧ହଜାର ୧୨୦ ଜଣ ଚଏସ୍‌ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୮୬୮ଜଣ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟମେଣ୍ଟ କରାଯାଇଛି । ୧୨୩୧ଜଣଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ ହୋଇ ନଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍‌ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।