ଚା’ ପ୍ରେମରେ ବାୟା ହେଲେ ଦମ୍ପତି : ଲକ୍ଷ ଲକ୍ଷ ଟଙ୍କାର ଚାକିରୀ ଛାଡି ସାଜିଲେ ଚା ବିକାଳି
ଭାରତରେ ପ୍ରାୟତଃ ସମସ୍ତେ ଚା ପିଇବାକୁ ପସନ୍ଦ କରିଥାଆନ୍ତି । ଅନେକ ଚା’ କପେ ପାଇଁ ପାଗଳ ପ୍ରାୟ ହୋଇପଡ଼ନ୍ତି। ଏହି ଚା’ ପ୍ରେମ ପାଇଁ ନିକଟରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଦମ୍ପତି ନିଜର ଚାକିରି ଛାଡ଼ିଛନ୍ତି । ପୁନେରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ନିତିନ ବିୟାନି ଏବଂ ତାଙ୍କ ପତ୍ନୀ ପୂଜା ମାସିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଦୁହିଁଙ୍କ ଚା’ ପ୍ରତି ଦୁର୍ବଳତା ତାଙ୍କୁ ଚାକିରି ଛାଡ଼ି ଚା’ ଦୋକାନ କରିବା ପାଇଁ ଅନୁପ୍ରାଣିତ କଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ କାହାଣୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିତୀନ ବିୟାନି ଏବଂ ତାଙ୍କ ପତ୍ନୀ ପୂଜା ପୁନେରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ସହ ମାସିକ ୧୫ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଚାକିରି ଛାଡ଼ିବା ସହ ‘ଚା’ଭିଲ୍ଲା’ ନାମକ ଏକ ଚା’ ଦୋକାନ ନାଗପୁରର ସିଏ ରୋରେ ଆରମ୍ଭ କରିଛନ୍ତି । ଚା’ ଭିଲ୍ଲା ରେ ୧୫ ରୁ ଉର୍ଦ୍ଧ୍ୱପ୍ରକାରର ଚା ମିଳିଥାଏ । ଏହା ସହ ଏଠାରେ ବିଭିନ୍ନ ପ୍ରକାରର ଜଳଖିଆ ମଧ୍ୟ ଗ୍ରାହକଙ୍କ ଲାଗି ରହିଛି । ଜମାଟୋ ଏବଂ ହ୍ୱାଟସଆପ ଜରିଆରେ ମଧ୍ୟ ଏଠାରେ ଅର୍ଡ଼ର କରିବାର ସୁବିଧା ରହିଛି । ଏହାର ଚା’କୁ ଏକ ସ୍ୱତନ୍ତ୍ର ପାତ୍ରରେ ଭର୍ତ୍ତି କାର୍ଯ୍ୟାଳୟ , ବ୍ୟାଙ୍କ ଏବଂ ହସ୍ପିଟାଲ ଆଦି ସ୍ଥାନକୁ ଡ଼େଲିଭେରି କରାଯାଇଥାଏ ।
“ମୁଁ ୧୦ ବର୍ଷ ଧରି ଇଞ୍ଜିନିୟର ଭାବେ ଆଇବିଏମ ଏବଂ କଗନିଜେଣ୍ଟ କମ୍ପାନୀରେ କାର୍ଯ୍ୟରତ ଥିଲି । କିନ୍ତୁ ମୋ ପତ୍ନୀ ତାଙ୍କ ଜୀବନରେ କିଛି ଭିନ୍ନ କରିବା ପାଇଁ ଇଚ୍ଛା ରଖିଥିଲେ । ଏଣୁ ଆମେ ଦୁଇ ଜଣ ଚାକିରି ଛାଡ଼ି ଏହି ଚା’ ଦୋକାନ ଖୋଲିବା ପାଇଁ ନିର୍ଣ୍ଣୟ ନେଲୁ । ଏଥିରୁ ପ୍ରତି ମାସରେ ଆମେ ୫ଲକ୍ଷ ଟଙ୍କା ରୋଜଗାର କରୁଛୁ” ବୋଲି କହିଛନ୍ତି ନିତୀନ ବିୟାନି ।