କନକ ବ୍ୟୁରୋ : ନୁଖରା ମୁଣ୍ଡକୁ ପଚାରେ କିଏ, ତେଲିଆ ମୁଣ୍ଡରେ ତେଲ । ବୋଧେ ଏଭଳି ନ୍ୟାୟରେ ନିଯୁକ୍ତି ଦେବାକୁ ନିଷ୍ପତି ଦେଇଛନ୍ତି ରାଜ୍ୟ ସରକାର । ତାହା ହୋଇନଥିଲେ, ପାଠଶାଢ଼ ପଢ଼ି ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀ, ଏମିତି ରାସ୍ତାକଡ଼ରେ ଜୋତା ପଲିସ୍ କରୁଥାନ୍ତେ କିମ୍ବା ପ୍ରତିବାଦ ପାଇଁ ଫଳ ବିକ୍ରି କରୁନଥାନ୍ତେ । ଦୁଃଭାର୍ଗ୍ୟପୂର୍ଣ୍ଣ ସ୍ଥିତି ଦୟନୀୟ ଅବସ୍ଥା । ଜୀବନ ଆରମ୍ଭ କରିବାକୁ ଯାଉଥିବା ଯୁବକ-ଯୁବତୀମାନେ ଚାକିରି ପାଇଁ ନୟାନ୍ତ ହେଉଥିବା ବେଳେ, ବାବୁଙ୍କ ମୁଣ୍ଡରେ ସୁନା କଳସ ଢ଼ାଳିବା ଭଳି ଅବସର ପରେ ନିଯୁକ୍ତି ପାଇଁ ଅଫର୍ ପରେ ଅଫର୍ ଦିଆଯାଉଛି । ନଜର ପକାନ୍ତୁ ସରକାରଙ୍କ ଏହି ଚିଠି ଉପରେ । ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି, ୧୩ ଜଣ ଅବସରପ୍ରାପ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଓଏସଡି ଭାବେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ପୁନଃ ନିଯୁକ୍ତି ଦେବା ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Advertisment

ଭାଗ୍ୟକୁ ଆଦରି ରାସ୍ତା ଉପରେ ପ୍ରତିବାଦ କରୁଥିବା ଏହି ଯୁବକ-ଯୁବତୀଙ୍କ ସହ ନିଯୁକ୍ତିର ସିଧାସଳଖ ସମ୍ପର୍କ ରହିଛି । ପଦ ଖାଲି ହେଲେ, ନିଯୁକ୍ତି ବାହାରିବ । ଆଉ ନିଯୁକ୍ତି ବାହାରିଲେ ଏହି ଭଳି ଡିଗ୍ରୀଧାରୀ ବେକାରୀ ଇଂଜିନୟରମାନେ ନିଯୁକ୍ତି ପାଇବେ । ହେଲେ, ଅଧାବାଟରୁ ସେଭଳି ସଂଭାବନାକୁ ମାଡ଼ିମୋକଚି ଦିଆଯାଉଥିବା ଅଭିଯୋଗ ହୋଇଛି ।

ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ହୁଏତ ଭିନ୍ନ ଥାଇପାରେ, ଉର୍ଦ୍ଦେଶ୍ୟ କିନ୍ତୁ ନିଯୁକ୍ତି । ଓଡ଼ିଶାରେ ଚାକିରି ଆଶାୟୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ନିୟୋଜନ ନିିର୍ଦ୍ଦେଶାଳୟ ତଥ୍ୟ ଅନୁସାରେ, ରାଜ୍ୟରେ ୯ ଲକ୍ଷରୁ ଅଧିକ ବେକାର ଯୁବକ-ଯୁବତୀ ସରକାରୀ ନିଯୁକ୍ତି ପାଇଁ ନାମ ପଂଜିକରଣ କରି ଅପେକ୍ଷା କରି ରହିଛନ୍ତି । ଭୁବନେଶ୍ୱର ସେଚ ଭବନ ସାମ୍ନାରେ ପ୍ରତିବାଦ କରୁଥିବା ଏହି ଯୁବ ଇଂଜିନୟରଙ୍କ ଦାବି କେହି ନଶୁଣିବା ପରେ ଫାଇଭ-ଟି ସଚିବଙ୍କୁ ଭେଟିବା ପାଇଁ ଆଗକୁ ବଢ଼ିଥିଲେ । ହେଲେ ବାଟରେ ଅଟକାଇ ଦେଇଥିଲା ପୁଲିସ ।