ଯୁବ ଇଂଜିନିଅରରୁ ମାଛ ଚାଷୀ । ବାଲେଶ୍ୱର ବସ୍ତା ଅଂଚଳର କାର୍ତ୍ତିକଙ୍କ ନିଆରା ଉଦ୍ୟମ । ଅନଲାଇନରୁ ଅତ୍ୟାଧୁନିକ ମାଛ ଚାଷ ଦେଖି ହୋଇଛନ୍ତି ସ୍ୱାବଲମ୍ବୀ

Advertisment
ଯୁବ ଇଂଜିନିଅରରୁ ମାଛ ଚାଷୀ । ବାଲେଶ୍ୱର ବସ୍ତା ଅଂଚଳର କାର୍ତ୍ତିକଙ୍କ ନିଆରା ଉଦ୍ୟମ । ଅନଲାଇନରୁ ଅତ୍ୟାଧୁନିକ ମାଛ ଚାଷ ଦେଖି ହୋଇଛନ୍ତି ସ୍ୱାବଲମ୍ବୀ

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାର ଏକ ଉଦାହରଣ ହେଉଛନ୍ତି ଯୁବ ଇଞ୍ଜିନିୟର କାର୍ତିକ୍ ଚନ୍ଦ୍ର ଜ୍ୟୋତି । ଅନଲାଇନରେ ଉନ୍ନତମାନର ମାଛ ଚାଷ ପ୍ରଣାଳୀ ବିଷୟରେ ଜାଣିବା ପରେ ନିଜସ୍ୱ ଉଦ୍ୟମରେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି କାର୍ତିକ । ଆଉ ମାସକୁ ଭଲ ଟଙ୍କା ବି ରୋଜଗାର କରୁଛନ୍ତି ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ତାଡଦା ଗ୍ରାମର ଯୁବ ଇଞ୍ଜିନିୟର କାର୍ତ୍ତିକ ଚନ୍ଦ୍ର ଜ୍ୟୋତି । ଲକଡାଉନ ସମୟରେ ପାଠ ପଢା ସରିବା ପରେ ଚାକିରି କରିବା ପାଇଁ ଇଚ୍ଛା ଥିଲେବି କରୋନା କଟକଣା ଯୋଗୁଁ ବାହାରକୁ ଯିବାପାଇଁ ସବୁ ରାସ୍ତା ବନ୍ଦଥିଲା । ଘରେ ବସି କିଛି କରିବାର ଚିନ୍ତା କରୁ କରୁ ଅନଲାଇନରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ମାଛ ଚାଷ କେମିତି କରିହେବ ସେ ସମ୍ପର୍କରେ ଜାଣିବାକୁ ପାଇଥିଲେ । ପ୍ରଥମେ ଗୋଟିଏ ଟାଙ୍କିରେ ମାଛ ଚାଷ ଆରମ୍ଭ କରିଥିଲେ ସେଥିରୁ ସଫଳ ହେବା ପରି ଏବେ ୨ଟି ଟାଙ୍କି ଏବଂ ଗୋଟିଏ ପୋଖରିରେ ପଙ୍ଗାସ, ସାଇପନାସ ଏବଂ କଉ ଚାଷ କରୁଛନ୍ତି । ଏବଂ ଏଥିରୁ ପ୍ରତିମାସ ପ୍ରାୟ ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି କାର୍ତିକ ।

ମାଛ ଚାଷ ପାଇଁ ପଶ୍ଚିମବଙ୍ଗର ନଇଘାଟି ଏବଂ ମୟୁରଭଞ୍ଜ ଜିଲ୍ଲା ଅସ୍ତପୁରାରୁ ଜାଆଁଳ ଆଣିଥାନ୍ତି କାର୍ତିକ । ଉତ୍ପାଦନ ପରେ ସ୍ଥାନୀୟ ବଜାର କିମ୍ବା ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ବିକ୍ରି କରିଥାନ୍ତି । ଗୋଟିଏ ଟାଙ୍କିରେ ପଙ୍ଗାସ ମାଛ ଚାଷ ପାଇଁ ଖର୍ଚ୍ଚ ହୋଇଥାଏ ୬ ରୁ ୭ ହଜାର ଟଙ୍କା , ଆଉ ବିକ୍ରି ହୋଇଥାଏ ୨୫ ହଜାରରୁ ୩୦ ହଜାର ଟଙ୍କାରେ । ସେହିପରି ସାଇପନାସ ମାଛ ପାଇଁ ୧୨ ରୁ ୧୪ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରି ହୋଇଥାଏ ୩୦ ରୁ ୩୫ ହଜାର ଟଙ୍କାରେ । କଉ ମାଛ ଚାଷ ପାଇଁ ୧୫ରୁ ୨୦ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରି ହୋଇଥାଏ ୪୫ ରୁ ୫୦ ହଜାର ଟଙ୍କାରେ, ମାଛ ପାଇଁ ଉତ୍ପାଦନ ପାଇଁ ୧୦୦ ରୁ ୧୨୦ ଦିନ ସମୟ ଲାଗିଥାଏ ।

ଶିକ୍ଷିତ ବେକାର ଯୁବକ ମାନେ ଚାକିରି ଅନ୍ୟେଶ୍ୱଣରେ ବାହାର ରାଜ୍ୟକୁ ନଜାଇ ନିଜେ କିଛି କରିବାକୁ ଚେଷ୍ଟା କଲେ ନିଶ୍ଚିତ ସଫଳତା ପାଇବେ ଆଉ ଏହା ସହିତ ଆମ ରାଜ୍ୟର ଆବଶ୍ୟକତା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ଏହି ଯୁବ ଇଞ୍ଜିନିୟର କାର୍ତ୍ତିକ ।

କେମିତି ହୁଏ ଏହି ମାଛ ଚାଷ?
-ମାଛ ଚାଷ ପାଇଁ ପଶ୍ଚିମବଙ୍ଗର ନଇଘାଟି ଓ ମୟୁରଭଞ୍ଜ ଜିଲ୍ଲା ଅସ୍ତପୁରାରୁ ଜାଆଁଳ ଆସେ
- ଉତ୍ପାଦନ ପରେ ସ୍ଥାନୀୟ ବଜାର କିମ୍ବା ସ୍ଥାନୀୟ ବ୍ୟବସାୟୀମାନଙ୍କୁ ବିକ୍ରି କରାଯାଏ
- ଗୋଟିଏ ଟାଙ୍କିରେ ପଙ୍ଗାସ ମାଛ ଚାଷ ପାଇଁ ଖର୍ଚ୍ଚ ହୁଏ ୬ ରୁ୭ ହଜାର ଟଙ୍କା
-ପଙ୍ଗାସ ମାଛ ବିକ୍ରି ହୁଏ ୨୫ ହଜାରରୁ ୩୦ ହଜାର ଟଙ୍କାରେ
- ସାଇପନାସ ମାଛ ପାଇଁ ୧୨ ରୁ ୧୪ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରି ହୁଏ ୩୦ ରୁ ୩୫ ହଜାର ଟଙ୍କାରେ
-କଉ ମାଛ ଚାଷ ପାଇଁ ୧୫ରୁ ୨୦ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ
-କଉ ମାଛ ବିକ୍ରି ହୋଇଥାଏ ୪୫ ରୁ ୫୦ ହଜାର ଟଙ୍କାରେ
- ମାଛ ପାଇଁ ଉତ୍ପାଦନ ପାଇଁ ୧୦୦ ରୁ ୧୨୦ ଦିନ ସମୟ ଲାଗିଥାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe