କନକ ବ୍ୟୁରୋ: ବିଜୟ ସହ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ଭେଟେରାନ୍ ଫାଷ୍ଟ ବୋଲର ଜେମ୍ ଆଣ୍ଡରସନ୍ । ଶୁକ୍ରବାର ଲର୍ଡସରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ୱେଷ୍ଟଇଣ୍ଡିଜକୁ ଇଂନିସ୍ ୧୧୪ ରନରେ ଦଳ ପରାସ୍ତ କରିଛି । ଆଉ ଏଥିସହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଆଣ୍ଡରସନ୍ ।
ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୭୧ ରନ୍ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ପ୍ରଥମ ଇଂନିସରେ ମାତ୍ର ୧୨୧ ରନ୍ ଏବଂ ଦ୍ୱିତୀୟ ଇଂନିସରେ ମାତ୍ର ୧୩୬ ରନ୍ କରିପାରିଥିଲା । ଇଂଲଣ୍ଡର ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲର ଗସ୍ ଏଟକିଂସନ୍ । ପ୍ରଥମ ଇଂନିସରେ ସେ ୭ଟି ଏବଂ ଦ୍ୱିତୀୟ ଇଂନିସରେ ସେ ୫ ୱିକେଟ୍ ସଫଳତା ପାଇଥିଲେ ।
Jimmy's family and the whole of Lord's rise to applaud a true legend of the game 🥰
They don't make 'em like Jimmy Anderson anymore ❤️ pic.twitter.com/seXVMuFQhG
— England Cricket (@englandcricket) July 12, 2024
ସୂଚନାଯୋଗ୍ୟ ଯେ, ଏହି ଟେଷ୍ଟ ମ୍ୟାଚ୍ ଆଣ୍ଡରସନଙ୍କ ଦୀର୍ଘ କ୍ରିକେଟ କ୍ୟାରିୟରର ଶେଷ ମ୍ୟାଚ୍ ବୋଲି ସେ ଘୋଷଣା କରିସାରିଥିଲେ । ୨୦୦୨ ମସିହାରେ ଡେବ୍ୟୁ କରିଥିବା ଏହି ଖେଳାଳି, କ୍ରିକେଟକୁ ତାଙ୍କର ୨୨ ବର୍ଷ ଦେଇଥିଲେ । ନିଜ କ୍ୟାରିୟରରେ ସେ ୧୮୮ ଟେଷ୍ଟ ମ୍ୟାଚ୍ ଖେଳି ୭୦୪ଟି ୱିକେଟ୍ ନେଇଥିଲେ । ଦ୍ରୁତ ବୋଲର ଭାବେ ୭ ଶହ ୱିକେଟ୍ ସଫଳତା ପାଇବାରେ ସେ ହେଉଛନ୍ତି ପ୍ରଥମ ଖେଳାଳି । ସେହିପରି ଦିନିକିଆରେ ସେ ୨୬୯ ଏବଂ ଟି-୨୦ରେ ୧୮ଟି ୱିକେଟ୍ ସଫଳତା ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/384763.6.webp)