ଲର୍ଡସ ଟେଷ୍ଟରେ ଭାରତର ଐତିହାସିକ ବିଜୟ : ଇଂଲଣ୍ଡ ୧୫୧ ରନରେ ପରାସ୍ତ; ୫ଟିକିଆ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ

158

କନକ ବ୍ୟୁରୋ : ଲର୍ଡସ ଟେଷ୍ଟରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୫୧ ରନରେ ହରାଇଛି ଟିମ ଇଣ୍ଡିଆ । ମ୍ୟାଚର ପଂଚମ ଦିନରେ ଭାରତ ଏହି ବିଜୟ ହାସଲ କରିଛି । ଏହାସହ ୫ଟିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୬୪ ଓ ଦ୍ୱିତୀୟ ଇନିଂସରେ ୨୯୮ ରନ କରି ପାଳି ଘୋଷଣା କରି ଇଂଲଣ୍ଡକୁ ୨୭୨ ରନର ଟାର୍ଗେଟ ରଖିଥିଲ ।

ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୧ ଓ ଦ୍ୱିତୀୟ ଇନିଂସରେ ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଙ୍ଗସରେ ଲୋକେଶ ରାହୁଲଙ୍କ ଶତକ ଏବଂ ଦ୍ୱିତୀୟ ଇନିଙ୍ଗସରେ ବୋଲରଙ୍କ ପ୍ରଭାବି ପ୍ରଦର୍ଶନ ବଳରେ ଭାରତ ଲର୍ଡ଼ସରେ ବିଜୟ ହାସଲ କରିଛି । ମହମ୍ମଦ ସିରାଜ ସର୍ବାଧିକ ୪ଟି ଉଇକେଟ ନେଇଥିଲେ । ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ ଡ଼୍ର ହୋଇଥିଲା । ଲର୍ଡ଼ସ ଗ୍ରାଉଣ୍ଡରେ ଭାରତର ଏହା ତୃତୀୟ ଐତିହାସିକ ବିଜୟ । ପୂର୍ବରୁ ୧୯୮୬ରେ କପିଳଦେବ ଏବଂ ୨୦୧୪ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଲର୍ଡ଼ସରେ ବିଜୟ ହାସଲ କରିଥିଲା ।