ମହଙ୍ଗା ପଡିଲା ସପ୍ତାହାନ୍ତ ସଟଡାଉନରେ ମାଛ ବିକିବା… । ମାଛ ଓ ମାଂସ ଉପରେ ବ୍ଲିଚିଂ ପକାଇଲେ ଓ ଦୋକାନକୁ ସିଲ କଲେ ଅଧିକାରୀ ।

820

କନକ ବ୍ୟୁରୋ : ଲକଡାଉନ ଭିତରେ ସାରା ରାଜ୍ୟରେ ଏବେ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ଲକଡାଉନ ସମୟରେ ପନିପରିବା ଦୋକାନ, ମାଛ ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ସପ୍ତାହାନ୍ତ ସଟଡାଉନରେ ଏହା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସପ୍ତାହାନ୍ତ ସଟଡାଉନର ଦ୍ୱିତୀୟ ଦିନରେ ରାଉରକେଲା ଡେଲି ମାର୍କେଟ, ଟ୍ରାଫିକ ଗେଟରେ କିଛି ବ୍ୟବସାୟୀ ମାଂସ ଓ ମାଛ ଦୋକାନ ଖୋଲି ଥିବା ସୂଚନା ପାଇ ଆରଏମସି ଓ ପୁଲିସ ଏନଫୋର୍ସମେଣ୍ଟ ଟିମ ଚଢ଼ଉ କରିଥିଲା । ଆଉ ଏହି ଚଢାଉ ସମୟରେ ପ୍ରାୟ ଦୁଇ କୁଇଣ୍ଟାଲ ମାଛ ସହ ମାଂସକୁ ଆରଏମସି ଟିମ ପକ୍ଷରୁ ଜବତ କରଯାଇଥିଲା । ଆଉ ଏହାକୁ ଅଳିଆ ଗାଡିରେ ଫିଙ୍ଗି ଦିଆଯାଇ ଏହା ଉପରେ ବ୍ଲିଚିଂ ପକା ଯାଇଥିଲା । ଯାହା ଫଳରେ ଏହି ମାଛକୁ ଯେପରି ଆଉ କେହି ବ୍ୟବହାର କରିପାରିବେ ନାହିଁ ।

ସେହିଭଳି ଚଢାଉ ସମୟରେ ଟ୍ରାଫିକ ଗେଟରେ ଦୁଇଟି ଓ ଡେଲି ମାର୍କେଟରେ ଚାରିଟି ଦୋକାନକୁ ସିଲ କରିବା ସହ ଜରିମାନା ଆଦାୟ କରିଥିଲେକ୍ଷ ଟିମ ପକ୍ଷରୁ ଅନ୍ୟ ମାର୍କେଟରେ ଚଢ଼ଉ ଜାରି ରହିଛି। ସପ୍ତାହାନ୍ତ ସଟଡାଉନରେ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଛି । କେବଳ ଅତ୍ୟାବଶ୍ୟକ ଓ ଜରୁରୀ କାମରେ ଥିବା ଲୋକଙ୍କୁ ବାହାରକୁ ବାହାରିବା ପାଇଁ ଅନୁମତି ମିଳିଛି । କିନ୍ତୁ ସପ୍ତାହାନ୍ତ ସଟଡାଉନ ମାଛ ବିକ୍ରି କରି ଲୋକଙ୍କ ଭିଡ କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ଆରଏମସି ।