ଗାନ୍ଧୀ ପରିବାରର ପିଛା ଛାଡୁନି ନ୍ୟାସନାଲ ହେରାଲ୍ଡ ମାମଲା, ପୁଣି ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଜେରା କରିପାରେ ଇଡି !

109

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ ଦରବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ ଏକଜୁଟ ହୋଇଥିବା ବେଳେ ଦଳର ଶୀର୍ଷ ନେତୃତ୍ୱଙ୍କ ପଛ ଛାଡୁନି ନ୍ୟାସନାଲ ହେରାଲ୍ଡ ମାମଲା । ଏହି ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି । ଏମାନଙ୍କୁ ଜେରା ପରେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଥିବା ୟଙ୍ଗ ଇଣ୍ଡିଆନ କାର୍ଯ୍ୟାଳୟକୁ ବି ସିଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସାରା ଦେଶରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏସବୁ ଭିତରେ ଏକ ସୂତ୍ର ସୂଚନା ମୁତାବକ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପୁଣି ଇଡି ଜେରା କରିପାରେ ବୋଲି ଆକଳନ କରାଯାଇଛି ।

ଇଡି ଏପର୍ଯ୍ୟନ୍ତ କରିଥିବା ତଦନ୍ତ ମୁତାବକ କିଛି ସେଲ କମ୍ପାନୀମାନଙ୍କ ମାଧ୍ୟମରେ ଆସୋସିଏଟେଡ ଜର୍ନାଲ ଲିମିଟେଡ ଓ ୟଙ୍ଗ ଇଣ୍ଡିଆନ ତରଫରୁ ଅର୍ଥ କାରବାର ହୋଇଛି । ଏକ ସୂତ୍ର ସୂଚନା ମୁତାବକ ଯାଂଚ ଏଜେନ୍ସି ଜାଣିବାକୁ ପାଇଛି କି, ସୁପ୍ରିମ କୋର୍ଟର ବାରଣ ପରେ ଏହି ଦୁଇଟି କମ୍ପାନୀ କିଛି ସେଲ କମ୍ପାନୀ ମାଧ୍ୟମରେ ଅର୍ଥ କାରବାର କରିଥିଲେ ।  ୨୦୧୬ ଫେବୃଆରୀ ମାସରେ ଏହି ମାମଲାରେ ଗାନ୍ଧୀ ପରିବାର ସହ ଜଡିତ କିଛି ଲେକାଙ୍କ ବିରୋଧରେ ଟ୍ରାଏଲ ରୋବିକାବୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।

 କି ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରଥମେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଗତ ବୁଧବାର ଦିନ ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ପରିସରରେ ଥିବା ୟଙ୍ଗ ଇଣ୍ଡିଆନ କାର୍ଯ୍ୟାଳୟକୁ ଇଡି ସିଲ୍ କରିଛି ।