ଅର୍ଚ୍ଚନା ନାଗ ମାମଲା, ଖଗେଶ୍ୱର ଗିରଫ : ୨୦ ଘଣ୍ଟାର ମାରାଥନ ଜେରା ପରେ ଗିରଫ କଲା ଇଡି

Advertisment
ଅର୍ଚ୍ଚନା ନାଗ ମାମଲା, ଖଗେଶ୍ୱର ଗିରଫ : ୨୦ ଘଣ୍ଟାର ମାରାଥନ ଜେରା ପରେ ଗିରଫ କଲା ଇଡି

କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଖଗେଶ୍ୱରଙ୍କୁ ଗିରଫ କଲା ପୋଲିସ । ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଅଭିଯୋଗରେ ବାନ୍ଧିଲା ଇଡି । ୨୦ଘଣ୍ଟାର ମାରାଥନ ଜେଲା ପରେ ଖଗେଶ୍ୱର ଗିରଫ ହୋଇଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଆର୍ଥିକ କାରବାରର ଲିଙ୍କ ଥିବା ଜଣାପଡିଛି । ଏକାଧିକ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ହୋଇଛି । ପୂର୍ବରୁ ପୋଲିସର ତଦନ୍ତ ସମୟରେ ଖଗେଶ୍ୱର ଖସିଯାଇଥିଲା । ତେବେ ଆଜି ଖଗେଶ୍ୱରଙ୍କୁ ରିମାଣ୍ଡରେ ଇଡି ଆଣିବ । ୨୦୧୬ରୁ ଆଜିଯାଏଁ ଟ୍ରାଞ୍ଜାକ୍ସନ ହୋଇଥିବା ତଥ୍ୟ ଇଡି ହାତରେ ଲାଗିଛି । କେବଳ ସେତିକି ନୁହେଁ ଖଗେଶ୍ୱର ପାଖରୁ ଅନେକ ଦସ୍ତାବିଜ ଜବତ ହୋଇଛି । ତା ମୋବାଇଲରୁ ଅନ୍ୟ ତଥ୍ୟ ମିଳିଛି ।

ଗୁରୁବାର ଦିନ ଇଡି ଅଧିକାରୀମାନେ ଅର୍ଚ୍ଚନାଙ୍କ ଭୁବନେଶ୍ବର ସତ୍ୟବିହାର ସ୍ଥିତ ଘର, ସୁପ୍ରିମ କାର ବଜାର, କଳାହାଣ୍ଡି କେସିଙ୍ଗାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଥିବା ଜଗବନ୍ଧୁଙ୍କ ଘର, ଜଗବନ୍ଧୁଙ୍କ ସାଙ୍ଗ ଖଗେଶ୍ବରଙ୍କ ଫୁଲନଖରା ଗୋବିନ୍ଦପୁରରେ ଥିବା ନିଜ ଘର ଓ ଶ୍ରଦ୍ଧାଞ୍ଜଳୀଙ୍କ କଟକ ବାଙ୍କୀ ଘରେ ଚଢ଼ଉ କରିଥିଲେ । ଚଢ଼ଉବେଳେ ପରିବାର ଲୋକ ଓ ସମ୍ପର୍କୀୟମାନଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ଇଡିର ଅଧିକାରୀ । ସେହିପରି ଇଡିର ଅଧିକାରୀମାନେ ମଧ୍ୟ କିଛି ପ୍ରମା‌ଣ ସଂଗ୍ରହ କରିଛନ୍ତି ।

ସେହିପରି ଅର୍ଚ୍ଚନା ନାଗଙ୍କ ଶ୍ବଶୁର ଘରେ ଗୁରୁବାର ଦିନ ଇଡି ଚଢ଼ଉ କରିଛି । ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଭୁବନେଶ୍ୱରରୁ ଇଡିର ଏକ ୧୧ ଜଣିଆ ଟିମ୍‌ ଅର୍ଚ୍ଚନାଙ୍କ ଶ୍ବଶୁର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବାଉଁଶବଣୀ ଗାଁରେ ଆସି ପହଞ୍ଚିଥିଲେ । ସାଙ୍ଗରେ ଥିଲେ କେନ୍ଦ୍ରୀୟ ସୁରକ୍ଷା ବଳର ସଶସ୍ତ୍ର ଯବାନ୍‌ ଓ ଜଳେଶ୍ବର ଥାନାର କର୍ମଚାରୀ । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କ ପୈତୃକ ଘରେ ଇଡି ଟିମ୍‌ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । ତେବେ ଯାଞ୍ଚ ସମୟରେ ଜଗବନ୍ଧୁଙ୍କ ବାପା, ମା ଓ ବଡ଼ଭାଇ ଘରେ ଉପସ୍ଥିତ ନଥିଲେ। ପରେ ବାପା, ମା ଓ ଭାଇ ଘରେ ପହଞ୍ଚିବା ପରେ ଇଡି ସେମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୁଡ଼େଇ ତୁଡ଼େଇ ଜେରା କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe