କନକ ବ୍ୟୁରୋ : ଆଜି ରିଲିଜ ହେଉଛି ଫିଲ୍ମ ନୁର୍ । ଏଥିରେ ମୁଖ୍ୟ ଭୁମିକାରେ ସୋନାକ୍ଷୀ ସିହ୍ନା ଅଭିନୟ କରୁଛନ୍ତି । ଭିନ୍ନ ଲୁକ୍ ଓ ଗେଟ୍ଅପରେ ସୋନାକ୍ଷୀ ନଜର ଆସିଛନ୍ତି । ଜଣେ ସାମ୍ବାଦିକାର ବ୍ୟସ୍ତବହୁଳ ଲାଇଫଷ୍ଟାଇଲ୍କୁ ସୋନାକ୍ଷୀ ଚମତ୍କାର ଶୈଳୀରେ ପରିବେଷଣ କରିଛନ୍ତି ଫିଲ୍ମରେ ।
ଜଣେ ସାମ୍ବାଦିକା ନିଜ ବ୍ୟକ୍ତିଗତ ଓ ବୃତିଗତ ଜୀବନ ମଧ୍ୟରେ କିଭଳି ସନ୍ତୁଳନ ବଜାୟ ରଖେ ତାହା ହିଁ ଫିଲ୍ମର କାହାଣୀ। ପାକିସ୍ତାନୀ ଲେଖିକା ସବା ଇମତିଆଜଙ୍କ କରାଚୀ ୟୁ ଆର୍ କିଲିଂ ମି ଉପନ୍ୟାସ ଆଧାରରେ ଏହି ସିନେମା ତିଆରି ହୋଇଥିବା ଜଣାପଡ଼ିଛି । ସିନେମାକୁ ସଙ୍ଗୀତରେ ସଜେଇଛନ୍ତି ଅରମାଲ୍ ମଲ୍ଲିକ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Sonakshi-Sinhaaa.jpg)