ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ ଏହିସବୁ ଖାଦ୍ୟ, ଥଣ୍ଡା ଋତୁରେ ଆପଣଙ୍କୁ ରଖିବ ଫିଟ୍

855

କନକ ବ୍ୟୁରୋ : ଯଦି ଆପଣଙ୍କୁ ଦୁର୍ବଳ ଅନୁଭବ ହେଉଛି ବା ଦୁର୍ବଳତା ନେଇ ସଂକେତ ମିଳୁଛି ତେବେ ଆପଣଙ୍କ ଶରୀରରେ ନିଶ୍ଚିନ୍ତ ଭାବେ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଛି ବୋଲି ଅନୁମାନ କରାଯାଇପାରେ । ଅନେକ ସମୟରେ ଶରୀରରେ ପୋଷକତତ୍ତ୍ୱର ଅଭାବ କାରଣରୁ ଦୁର୍ବଳତା ଭଳି ସମସ୍ୟା ଦେଖାଦେଇଥାଏ । ଏହାର ପ୍ରଭାବ ଆମର ଦୈନ ଦିନ କାର୍ଯ୍ୟ ଉପରେ ପଡିଥାଏ । ଆସନ୍ତୁ ଆପଣଙ୍କୁ କିଛି ସ୍ୱତନ୍ତ୍ର ଖାଦ୍ୟ ବାବଦରେ ଜଣାଇବୁ ଯାହା କି ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇ ଥାଏ ।

ସେଓ : ଶକ୍ତିରେ ଭରପୁର ସେଓରେ ଥିବା ପ୍ରାକୃତିକ ମଧୁ ଓ ଫାଇବର ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ସେଓ ଖାଇବା ଦ୍ୱାରା ଶରୀର ଦୀର୍ଘ ସମୟ ଧରି ଫିଟ୍ ରହିଥାଏ । ସେଓରେ ଆଣ୍ଟି ଅକ୍ସିଡେଣ୍ଟ ବହୁ ମାତ୍ରାରେ ଥିବାରୁ ଏହା ବି ଶରୀରକୁ ଶକ୍ତି ପ୍ରଦାନ କରିଥାଏ ।

ବିଟ୍: ଏକ ସେର୍ବକ୍ଷଣରୁ ଜଣାପଡିଛି କି ବିଟ୍ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରକ୍ତ ପ୍ରବାହକୁ ତୀବ୍ର କରିଥାଏ । ବିଟରୁ ମିଳୁଥିବା ନାଇଟ୍ରେଟ୍ ଶରୀରରେ ନାଇଟ୍ରିକ ଅକ୍ସାଇଡର ମାତ୍ରା ବୃଦ୍ଧି କରିଥାଏ । ଏହା ଫଳରେ ଶରୀରକୁ ଅଧିକରୁ ଅଧିକ ଅମ୍ଳଜାନ ମିଳିବା ସହ ଶକ୍ତି ସ୍ତରକୁ ବୃଦ୍ଧି କରିଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚାରେ ବି ଚମକ ଆସିଥାଏ ।

ମିଠା ଆଳୁ : ମିଠା ଆଳୁ ଶରୀରେ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିରେ ଥିବା ଫାଇବର ଓ କାର୍ବସ ହଜମ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଫଳରେ ଏହାକୁ ଖାଇବାର ଅନେକ ସମୟ ପର୍ଯ୍ୟନ୍ତ ଶରୀର ଆକ୍ଟିଭ ରହିଥାଏ ।

ବାଦାମ : ଯଦି ଆପଣ ସାରା ଦିନର ଥକ୍କାପଣ ଦୂର କରିବାକୁ ଓ ଶରୀରର ଶକ୍ତି ବୃଦ୍ଧି କରିବାକୁ ଚାହାଁନ୍ତି ତେବେ ଦୈନିକ କିଛି ବାଦାମ ଖାଇବା ଜରୁରୀ । ଏହାସହ କାଜୁ ଓ ଅଖରୁଟ୍ ଓ ଚିଆ ମଞ୍ଜି ବି ଆପଣଙ୍କ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ ।


୫: ପାଣି : ଶୀତ ଋତୁରେ ଲୋକମାନେ ପିଇବା ପାଣିର ମାତ୍ରା କମ କରିଦେଇଥାନ୍ତି । ଏହା ଫଳରେ ଶରୀର ଦୁର୍ବଳ ଲାଗିଥାଏ । ଶୀତଋତୁରେ ହଜମ ଶକ୍ତିକୁ ଠିକ ରଖିବାକୁ ଉଚିତ ପରିମାଣର ପାଣି ପିଇବା ନିହାତି ଜରୁରୀ । ତେଣୁ ଆପଣ ଦୈନିକ ଅଧିକରୁ ଅଧିକ ପାଣି ପିଇବାକୁ ଚେଷ୍ଟା କରନ୍ତୁ ।