କନକ ବ୍ୟୁରୋ : ବିଦ୍ୟୁତ କାଟ୍ ହେଉନି ବରଂ ପାୱାର ଟ୍ରିପ ହେଉଛି । ପୁଣିଥରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବିଦ୍ୟୁତ କାଟକୁ ନେଇ ସାରା ରାଜ୍ୟରେ ଦେଖା ଦେଇଥିବା ଅସନ୍ତୋଷ ବାବଦରେ ନିଜର ପୁରୁଣା କଥା ଦୋହରାଇଛନ୍ତି । କିନ୍ତୁ ଦୁର୍ବଳ ଭିତ୍ତିଭୂମି ଥିବା କଥାକୁ ଶକ୍ତିମନ୍ତ୍ରୀ ସ୍ୱୀକାର କରିଛନ୍ତି । ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି ବୋଲି ସେ ସଫେଇ ଦେଇଛନ୍ତି ।
୨୦୨୫ ସୁଧା ଏହି ଦୁର୍ବଳ ଭିତ୍ତିଭୂମି ସଜାଡ଼ି ହୋଇଯିବ ଏଥିପାଇଁ ଅନେକ ପଦକ୍ଷେପ ହାତକୁ ନିଆଯାଉଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏଭଳି ପରିସ୍ଥିତ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି ତାର ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଶା ଉପକୂଳବର୍ତ୍ତୀ ତଥା ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ପାଇଁ ଯୋଜନା ହୋଇଛି । ଭୁବନେଶ୍ୱରର ୩ଟି ଜାଗାରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ସରିଛି ବୋଲି ବିଭାଗ ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/villages.jpg)