ଦୁନିଆ ଆମକୁ ନୈତିକତାର ପାଠ ପଢେଇବା ଦରକାର ନାହିଁ

ଦୁନିଆ ଆମକୁ ନୈତିକତାର ପାଠ ପଢେଇବା ଦରକାର ନାହିଁ

ଇସ୍ରାଏଲ- ହମାସ ଯୁଦ୍ଧକୁ ଛ ଦିନ ହେଲାଣି । ହମାସ ଆତଙ୍କବାଦୀ ମାନଙ୍କ ଦ୍ଵାରା କରାଯାଇଥିବା ବର୍ବରତା ପୂର୍ଣ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜା ଉପରେ ବୋମାବର୍ଷଣ ଜାରିରଖିଛି । ବାଛି ବାଛି ହମାସର ଆଡ୍ଡା ଉପରେ ବୋମା ପକେଇ ଚାଲିଛି ଇସ୍ରାଏଲ ଏବଂ ତା  ସହିତ ଗାଜା ସହରକୁ ଚାରିପଟୁ ଘେରାବନ୍ଦୀ କରିଦେଇଛି । ସହରକୁ ବିଜୁଳି, ପାଣି, ଇନ୍ଧନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଇତ୍ୟାଦି ଯୋଗଣ ସବୁକୁ ବନ୍ଦ କରିଦେଇଛି ।  ଏପରି ସମୟରେ ଗାଜା ସହରକୁ ମାନବୀୟ ସହାୟତା ପଠାଇବା ପାଇଁ ଦାବି ଉଠିଲାଣି ।

ଏହାଉପରେ ଇସ୍ରାଏଲ ଶକ୍ତି ମନ୍ତ୍ରୀ ସିଧା ସିଧା କହିଛନ୍ତି କି ‘ଯେ ପର୍ଯ୍ୟନ୍ତ ଅପହୃତ ହେଇଥିବା ଆମର ନାଗରିକ ମାନେ ନ ଫେରିଛନ୍ତି ସେ ପର୍ଯ୍ୟନ୍ତ ବିଜୁଳି ସୁଇଚ ସେମିତି ବନ୍ଦ ରହିବ ଓ ପାଣି ପମ୍ପ ଚାଲୁ ହେବନାହିଁ ।' ଇସ୍ରାଏଲ-ହମାସ ଯୁଦ୍ଧ ଧୀରେ ଧୀରେ ଘମାଘୋଟ ହେବାରେ ଲାଗିଛି । ହମାସ ଦ୍ଵାରା କରାଯାଇଥିବା ବର୍ବର ଆକ୍ରମଣର ଫଳ ଏବେ ଗାଜା ସହରବାସୀ ଭୋଗୁଛନ୍ତି ।

publive-image

ହମାସ ଆକ୍ରମଣର ପ୍ରତି ବଦଳରେ ଇସ୍ରାଏଲ ଗାଜା ସହରକୁ ଚାରିପଟୁ ଘେରାବନ୍ଦୀ କରିଦେଇଛି । ସହରର ସମସ୍ତ ରାସ୍ତାକୁ ସିଲ କରିଦେଇଛି । ବିଜୁଳି ଓ ଜଳଯୋଗଣକୁ ବନ୍ଦ କରିରଖିଛି ଇସ୍ରାଏଲ । ଯୋଗାଣ ବ୍ୟବସ୍ତା ପୁରା ଠପ ହେଇସାରିଲାଣି । ଇସ୍ରାଏଲ ସରକାର ଏହା ସ୍ପଷ୍ଟ କରିଦେଇଛି ଯେ ପର୍ଯ୍ୟନ୍ତ ଅପହୃତ ହେଇଥିବା ଲୋକମାନେ ନ ଫେରିଛନ୍ତି ସେ ପର୍ଯ୍ୟନ୍ତ ସବୁ ବନ୍ଦ ରହିବ ।

ଗତ ୭ ଅକ୍ଟୋବରରେ ହମାସର ଆତଙ୍କବାଦୀ ମାନେ ବହୁସଂଖ୍ୟାରେ ଇସ୍ରାଏଲରେ ଅନୁପ୍ରବେଶ କରି ଆତଙ୍କ ସୃଷ୍ଟି କରିଥିଲେ । ରାସ୍ତାଘାଟ , ଘରବାହାର  ଯୋଉଠି ଲୋକଙ୍କୁ ଦେଖିଲେ ଗୁଳିକରି ହତ୍ୟା କରିଥିଲେ । ତା  ସହିତ ବଡ଼ସଂଖ୍ୟାରେ ଲୋକମାନଙ୍କୁ ଅପହରଣ କରି ବନ୍ଧକ ଭାବେ ନେଇଯାଇଥିଲେ । ଏହାର ପ୍ରତିକ୍ରିୟାରେ ଇସ୍ରାଏଲ ସେନା ଗାଜା ଉପରେ ଘନ ଘନ ବୋମା ମାଡ଼ କରି ହମାସର ଆଡ୍ଡା ସବୁକୁ ଧ୍ଵଂସ କରିବାରେ ଲାଗିଛି । ଆକ୍ରମଣର ଦୁଇଦିନ ପରେ ହମାସ ତରଫରୁ ଚେତାବନୀ ଦିଆଯାଇଥିଲା କି ଯଦି ବୋମାବର୍ଷଣ ଜାରି ରହେ ତେବେ ସେମାନେ ବନ୍ଧକ ରଖିଥିବା ଲୋକମାନଙ୍କୁ ଫାଶୀ ଦେଇ ହତ୍ୟା କରିବେ ଓ ତାହାର ସିଧା ପ୍ରସାରଣ ମଧ୍ୟ କରିବାକୁ ପଛେଇବେନି । ଇସ୍ରାଏଲ କିନ୍ତୁ ଏ ଧମକକୁ ବେଖାତିର କରି ତାର ପ୍ରତି ଆକ୍ରମଣ ଜାରିରଖିଛି ।

publive-image

ଇସ୍ରାଏଲର ବେଞ୍ଜାମୀନ ନେତୟାହୁ ସରକାରଙ୍କ ଶକ୍ତି ମନ୍ତ୍ରୀ କାଟଜ୍ କହିଛନ୍ତି ଯେ ପର୍ଯ୍ୟନ୍ତ ଅପହୃତ ଲୋକମାନେ ନ ଫେରିଛନ୍ତି ସେ ପର୍ଯ୍ୟନ୍ତ ବିଜୁଳି ପାଣି ସବୁ ଏମିତି ବନ୍ଦ ।  ଛ ଦିନ ହେଲାଣି ଦୁଇ ତରଫରୁ ଘନ ଘନ ରକେଟ ମାଡ଼ ଜାରି ରହିଛି । ଏହି ସବୁ ମଧ୍ୟରେ ଗାଜା ଅଣନିଶ୍ବାସୀ ହେଇଗଲାଣି ।

ଆମକୁ ମାନବିକତାର ପାଠ ପଢା ନାହିଁ

ଗାଜାରେ ମାନବିକ ସହାୟତା ଦେବପାଇଁ ପ୍ରଶ୍ନ ଉଠିଲାଣି  । ଏହା ଉପରେ ଇସ୍ରାଏଲ ଶକ୍ତିମନ୍ତ୍ର କାଟଜ୍ ‘X’(ଟ୍ଵିଟର)ରେ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟ ଲେଖିଛନ୍ତି ଯେ ଯେ ପର୍ଯ୍ୟନ୍ତ ଇସ୍ରାଏଲରୁ ଅପହୃତ ନାଗରିକ ମାନେ ଘରକୁ ଫେରିନାହାନ୍ତି ସେ ପର୍ଯ୍ୟନ୍ତ ବିଜୁଳି ସୁଇଚ ବନ୍ଦ ରହିବ ଏବଂ ପାଣି ପମ୍ପ ଚାଲୁ ହେବନାହିଁ । ଗୋଟିଏ ବି ଇନ୍ଧନ ଟ୍ରାକ ଗାଜା ଭିତରକୁ ଯିବାକୁ ଦେବୁନାହିଁ । ମାନବୀୟ ସହାୟତା କଥା କହୁଥିବା ଲୋକଙ୍କୁ କଡ଼ା ଭାଷାରେ ସେ କହିଛନ୍ତି ମାନବତାବାଦୀ ମାନଙ୍କ ମାନବତାବାଦ । ଆମକୁ କେହି ନୈତିକତାର ପାଠ ପଢେଇବା ଆବଶ୍ୟକ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe