ପାୱାରକଟକୁ ଅସ୍ୱୀକାର କଲେ ଶକ୍ତି ମନ୍ତ୍ରୀ। କହିଲେ, ପାୱାରକଟ୍ ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ଭୁଲ

137

କନକ ବ୍ୟୁରୋ: ରାଜ୍ୟରେ ବାରମ୍ବାର ପାୱାର କଟକୁ ଅସ୍ୱୀକାର କଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ମନ୍ତ୍ରୀ କହିଛନ୍ତି, ପାୱାରକଟ୍ ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ଭୁଲ । ଆବଶ୍ୟକତା ଠାରୁ କମ୍ ପାୱାର ଥିଲେ ପାୱାରକଟ୍ କରାଯାଇଥାଏ । ତେଣୁ ଲୋକଙ୍କୁ କାଟିକି ଦେବାକୁ ପାୱାରକଟ୍ କୁହାଯାଏ ।

ବର୍ତମାନ ଘଣ୍ଟେ, ଦୁଇ ଘଣ୍ଟା କାଟିକାକୁ ପାୱାର କଟ୍ କୁହାଯିବ ନାହିଁ । ଏହାକୁ ଯାନ୍ତ୍ରିକ ତ୍ରୁଟି କୁହାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ରାଜ୍ୟରେ ବିଦ୍ୟୁତ ବଣ୍ଟନକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ । କହିଛନ୍ତି, ରାଜ୍ୟରେ ଶକ୍ତି ବଣ୍ଟନ ଜାତୀୟ ହାର ଠାରୁ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି ।