ଗଂଜାମରେ ବିଜୁଳି ତାଲ ଲାଗି ଅଘଟଣ ପରେ ଚେତିଲା ଶକ୍ତି ବିଭାଗ । ଭିଡିଓ କନଫରେନସିଂ ମାଧ୍ୟମରେ ସମସ୍ତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ , ବିଦ୍ୟୁତ ଭିତିଭୂମି ସୁଧାର କରିବା ନେଇ କଡା ନିର୍ଦ୍ଦେଶ

135

କନକ ବ୍ୟୁରୋ : ଗଞ୍ଜାମ ବସ ଦୁର୍ଘଟଣାରେ ୧୦ଜଣଙ୍କ ଜୀବନ ଗଲା ପରେ ଶକ୍ତି ବିଭାଗର ଚେତିଲା ଶକ୍ତି ବିଭାଗ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି, ଶକ୍ତି ସଚିବ ବିଷ୍ଣୁପଦ ସେଠି, ସେସୁ ସିଇଓ ଅରୁଣ ବୋଥ୍ରା ଓ ବିଦ୍ୟୁତ ବିଭାଗର ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରାଯାଇଥିଲା ।

ଯେଉଁ ଅଂଚଳରେ ବିଦ୍ୟୁତ ବିଭାଗରେ ତ୍ରୁଟି ରହିଛି ସେହି ଅଂଚଳଗୁଡିକୁ ତୁରନ୍ତ ଚିହ୍ନଟ କରି ସଂଶୋଧନ କରିବାକୁ ବିଭାଗୀୟ କର୍ତୁପକ୍ଷଙ୍କୁ କଡା ନିର୍ଦେଶ ଦିଆଯାଇଛି । ରାଜ୍ୟରେ ଯେଉଁ ସ୍ଥାନରେ ସବୁ କମ ଉଚ୍ଚତାରେ ତାର ଝୁଲୁଛି ସେହି ଲାଇନ ଗୁଡିକୁ ତୁରନ୍ତ ମରାମତି କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ଭଭିଷ୍ୟତରେ ଏଭଳି ଦୁର୍ଘଟଣା ଯେଭଳି ନଘଟିବ ସେଦିଗରେ ଉଦ୍ୟମ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।