ଗୁଜୁରାଟ ନିର୍ବାଚନରେ ଲାଗିଛି ମୋଦିଙ୍କ ରାଜନୈତିକ ଭବିଷ୍ୟତର ବାଜି ! ନିର୍ବାଚନ ପୂର୍ବରୁ ଗୁଜୁରାଟରେ ୫୦ରୁ ୬୦ଟି ରାଲି କରିବେ ପ୍ରଧାନମନ୍ତ୍ରୀ

30

କନକ ବ୍ୟୁରୋ: ଗୁଜରାଟ ନିର୍ବାଚନରେ ଲାଗିଛି ମୋଦିଙ୍କ ରାଜନୈତିକ ଭବିଷ୍ୟତର ବାଜି । ଏଥିପାଇଁ ଫୁଲ ଦମରେ ଲାଗିପଡିଛି ବିଜେପି । ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଗୁଜରାଟରେ ୫୦ରୁ ୬୦ଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୧୦ତାରିଖ ପରେ ଦକ୍ଷିଣ ଗୁଜରାଟ, କଚ୍ଚ, ସୌରାଷ୍ଟ୍ର ଓ ମଧ୍ୟ ଗୁଜରାଟରେ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ୨ରୁ ୩ଟି ସାଧାଣର ସଭାରେ ମଧ୍ୟ ଉଦବୋଧନ ଦେବେ ମୋଦି । ତେବେ ଚଳିତ ବର୍ଷ ମୋଦି ପ୍ରାୟ ୧୦ଥର ଗୁଜରାଟ ଗସ୍ତ କରିସାରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ଗୁଜରାଟ ଜିତିବା ପାଇଁ ବିଜେପି ତାର ସମସ୍ତ ବାଜି ଲଗାଇଦେଇଛି । ପୂର୍ବରୁ ଗୁଜରାଟରେ ମୋଦି ୧୫ରୁ ୧୮ଟି ରାଲି କରିବାର କାର୍ଯ୍ୟକ୍ରମ ଥିଲା ।

ତେବେ ପରେ ୫୦ରୁ ୬୦ଟି ରାଲି ଓ ରୋଡ ସୋ କରିବା ପାଇଁ ଦଳ ମୋଦିଙ୍କୁ ଅନୁରୋଧ କରିଛି । ମହିଳା ଓ ଯୁବପୀଢିଙ୍କୁ ଆଖି ଆଗରେ ରଖି ସୋସିଆଲ ମିଡିଆ ମାଧ୍ୟମରେ ବି ମୋଦି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଅଡ଼ିଓ ମାଧ୍ୟମରେ ବି ଲୋକଙ୍କ ନିକଟତର ହେବାର ପ୍ରୟାସ କରିବେ ନରେନ୍ଦ୍ର ମୋଦି । ସେପଟେ ଯୁବରାଜ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିଜେପି କଡା ଟକ୍କର ଦେଉଛି କଂଗ୍ରେସ । ଡିସେମ୍ବର ୯ ଓ ୧୪ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବ ଏବଂ ୧୮ତାରିଖରେ ଫଳାଫଳ ଘୋଷଣା ହେବ ।