ଆସନ ଭାଗବଂଟାକୁ ନେଇ ମହାବିକାଶ ଅଘାଡି ମେଂଟରେ ଫାଟ । ଶିବସେନା ଉଦ୍ଧବ ଗୋଷ୍ଠୀର ପ୍ରାର୍ଥୀ ତାଲିକା ଘୋଷଣାକୁ କଂଗ୍ରେସର ବିରୋଧ

175

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରୁ ଆସିଛି ବଡ ଖବର । ମହାବିକାଶ ଅଘାଡି ମେଂଟରେ ଫାଟ ସୂଚନା । ଶିବସେନା ଉଦ୍ଧବ ଗୋଷ୍ଠୀ ୧୭ଜଣ ପ୍ରାର୍ଥୀଙ୍କୁ ନେଇ ପ୍ରଥମ ତାଲିକା ଘୋଷଣା କରିବା ପରେ ଚିହିଁକି ଉଠିଛନ୍ତି କଂଗ୍ରେସ ନେତା ସଂଜୟ ନିରୁପମ । ସଂଜୟ କହିଛନ୍ତି ୟୁବିଟିର ଏଭଳି ନିଷ୍ପତି କଂଗ୍ରେସ ପାଇଁ ବିପଦପୂର୍ଣ୍ଣ । ତେଣୁ ସେ ଉଦ୍ଧବ ଗୋଷ୍ଠୀ ସହ ମେଂଟ ଭାଙ୍ଗିବା ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ଅପିଲ କରିଛନ୍ତି । କେବଳ ସେତିକି ନୁହେଁ ୟୁବିଟିର ଏଭଳି ନିଷ୍ପତି ପାଇଁ ସେ କଂଗ୍ରେସର କିଛି ନେତାଙ୍କୁ ମଧ୍ୟ ଦାୟୀ କରିଛନ୍ତି । ଯଦି ୭ଦିନ ଭିତରେ କଂଗ୍ରେସ କୌଣସି ପଦକ୍ଷେପ ଗ୍ରହଣ ନକରେ ତେବେ ସେ ବିକଳ୍ପ ବିଚାର କରିବାକୁ ପଛାଇବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।