ଭଣଜା ହାତରେ ମରିଲା ମାମୁ । ମହାରାଜା କଂସଙ୍କ ମୃତ୍ୟୁ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା : ଆଜି ମହୋଦଧିରେ ସ୍ନାନ କରି କରିବେ ପ୍ରାୟଶ୍ଚିତ

Advertisment
ମରିଲା କଂସ, ସରିଲା ଯାତ୍ରା: ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ପାପୀ କଂସର ଜୀବନ ଯିବା ପରେ ବରଗଡ ଧନୁଯାତ୍ରାରେ ପଡିଲା ଯବନିକା

କନକ ବ୍ୟୁରୋ: କଂସ ମରିଲା, ଯାତ୍ରା ସରିଲା । ଦୀର୍ଘ ଦିନ ଧରି ମୁକ୍ତାକାଶ ରଙ୍ଗ ମଂଚରେ ଚାଲିଥିବା ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ଉଦ୍ୟାପିତ ହୋଇଛି । ଉଦ୍ୟାପନୀ ଦିବସରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିବା ସହ ଶେଷରେ କଂସ ଦରବାରରେ ପହଂଚିଥିଲେ । କଂସ ଦରବାରରେ କୁବଳୟା ବଧ. ଅଷ୍ଟମଲ୍ଲ ବଧ ପରେ ଶିବ ଧନୁ ଭାଙ୍ଗି ଥିଲେ । ଆଉ ଏହା ପରେ ପଡିଥିଲା ମହାରାଜ କଂସଙ୍କ ପାଳି । ମହାପ୍ରଭୁଙ୍କୁ ଦେଖି ମଥୁରା ନରେଶ ହୋସ୍ ଉଡିଯାଇଥିଲା ଆଉ ଶେଷରେ ମଂଚରୁ ପଡି ମାମୁ କଂସର ମୃତ୍ୟୁ ହୋଇଛି ।

କଂସବଧ ପରେ ଉଗ୍ରସେନଙ୍କୁ ମଥୁରାର ରାଜା ଭାବେ ପୁଣି ଥରେ ଅବସ୍ଥାପିତ କରିଛନ୍ତି କୃଷ୍ଣ ବଳରାମ ।ଆଜି କଂସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଭୁବନେଶ୍ୱର ପ୍ରଧାନ ପୁରୀ ଆସି ମହୋଦଧିରେ ସ୍ନାନ କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ପରମ୍ପରା ଅନୁସାରେ କଂସ ଭୂମିକାରେ ଥିବା ବେଳେ ସେ ମହାପ୍ରଭୁଙ୍କ ବିଷୟରେ କଟୁ ଭାଷା ପ୍ରୟୋଗ କରିଥିବାରୁ ଶ୍ରୀଜୀଉଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe