ବାରାହ ଶିକାର ବେଳେ ଏନକାଉଁଟର । ଜଣଙ୍କର ମୃତ୍ୟୁ, ଘଟଣାକୁ ଚପାଇଦେବାକୁ ଉଦ୍ୟମ

190

କନକ ବ୍ୟୁରୋ : ବାରାହ ଶିକାର ବେଳେ ଏନକାଉଁଟର । ଏଥିରେ ଶିକାର ବନିଛି ଶିକାରୀ । ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅଣ୍ଡରାକଂଚ ଥାନା ଖାଇଲାଯୋଡି ଗାଁରେ । ଗତକାଲି ରାତିରେ ଗାଁର କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରାହ ଶିକାର କରିବାକୁ ଯାଇଥିଲେ । ଏତିକି ବେଳେ ଭୁଲ୍ ବଶତଃ ଜଣେ ଲୋକଠାର ଗୁଳି ବାଜିଥିଲା । ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା ।

ମୃତକଙ୍କ ନାଁ ଖଗେଶ୍ୱର ଝଡିଆ । ଘଟଣାକୁ ଚପାଇ ଦେବାକୁ ମୃତକଙ୍କ ପରିବାର ବର୍ଗଙ୍କୁ କିଛି ଅର୍ଥ ଦେଇ ଘଟଣା ସମାଧାନ କରି ମରଶରୀରକୁ ଅନ୍ତିମ ସଂସ୍କାର କରିଦେଉଥିଲେ । ଖବର ପାଇ ପୋଲିସ ଚଢାଉ କରି ଅର୍ଧ ଦଗ୍ଧ ଶରୀରକୁ ଜବତ କରିଛି । ଏହି ଘଟଣାରେ ୧୮ ଜଣଙ୍କୁ ଅଟକ ରଖିଛି ପୋଲିସ ।