ଜମ୍ମୁ-କାଶ୍ମୀର ସୋପାରରେ ଏନକାଂଉଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା । ୫ ଦିନରେ ପ୍ରାଣହରାଇଲେଣି ୮ ଆତଙ୍କବାଦୀ । ସଂପୃକ୍ତ ଅଚଂଳରେ ଇଂଟରନେଟ ବନ୍ଦ । ସର୍ଚ୍ଚ ଅପରେସନ ଜାରି 

166

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସେନା ମିଳିଛି ସଫଳତା । ସପୋରରେ ଚାଲିଥିବା ଅପରେସନ ଅଲଆଉଟରେ ଆଜି ୨ ଆତଙ୍କବାଦୀଙ୍କୁ ଏନକାଉଁଟର କରିଛନ୍ତି ସୁରକ୍ଷାକର୍ମୀ । ଏବେ ବି ସପୋରରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସପୋରରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଏନକାଉଁଟର ଜାରି ରହିଥିବାରୁ ଅଂଚଳର ଇଂଟରନେଟ ସେବାକୁ ବନ୍ଦ ରଖାଯାଉଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଏହାପୂର୍ବରୁ ଜୁନ ୨୩ରେ ପୁଲବାମାର ବାନ୍ଦଜୁ ଅଂଚଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

ସେହିପରି ୨୧ ଜୁନରେ କୁଲଗାମ ଓ ଶ୍ରୀନଗରରେ ଅଲଗା ଅଲଗା ଏନକାଉଁଟରରେ ଜଣେ ପାକିସ୍ତାନ ସମେତ ୪ ଆତଙ୍କବାଦୀ ନିହତ ହୋଇଥିଲେ । ଏହାକୁ ମିଶାଇ ଗତ ୫ ଦିନରେ କାଶ୍ମୀରରେ ୮ ଜଣ ଆତଙ୍କବାଦୀ ସେନା ଗୁଳିରେ ପ୍ରାଣ ହରାଇଛନ୍ତି ।