ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଆତଙ୍କବାଦୀ ନିହତ, ୨ ଜଣ ଲୁଚି ରହିଥିବା ସନ୍ଦେହ

47

କନକ ବ୍ୟୁରୋ : ପୁଲୱାମାର କାକାପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ସୂଚନାନୁସାରେ, ସୁରକ୍ଷା ବାହିନୀ ତିନି ଜଣଙ୍କୁ ଘେରି ରହିଛନ୍ତି, ସେଥିମଧ୍ୟରୁ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଞ୍ଚଳରେ ଦୁଇ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ଜାରି ରହିଛି । ସକାଳ ହୋଇଥିବାରୁ ଘର କବାଟ ଓ ଝରକା ବନ୍ଦ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପୁଲୱାମାରେ ଇଣ୍ଟରନେଟ ସେବା ବନ୍ଦ କରି ଦେଇଛି ।

ସୂଚନା ଅନୁଯାୟୀ, ପୁଲୱାମା ଜିଲ୍ଲାର କାକାପୋରାର ସାମ୍ବୋରା ଗ୍ରାମରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀ ଗୁପ୍ତଚର ସୂଚନା ପାଇଥିଲେ । ଗୁପ୍ତଚର ପରେ ଯେତେବେଳେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେତେବେଳେ ଧରାପଡିଯିବା ଭୟରେ ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା କିନ୍ତୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଏହା ପରେ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚାଳନା କରାଯାଇଥିଲା ।