କନକ ବ୍ୟୁରୋ: ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ଶନିବାର ବିଳମ୍ବିତ ରାତିରେ ତାକୁ ନିଶ୍ଚିତକୋଇଲି ଥାନା ପକ୍ଷରୁ ଅସୁରେଶ୍ଵର ଖେଳ ପଡିଆ ଠାରେ ଏନକାଉଣ୍ଟର କରାଯାଇଛି।ସୁଶାନ୍ତ ନା ରେ ବିଭିନ୍ନ ଜିଲ୍ଲା ର ଏକାଧିକ ଥାନାରେ ୫୦ ଉର୍ଦ୍ଧ୍ୱ ମାମଲା ରହିଛି।ତେବେ ସୁଶାନ୍ତ ର ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଏବେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।