କନକ ବ୍ୟୁରୋ: ସମ୍ବଲପୁର ପୁଲିସର ଏନକାଉଣ୍ଟଟର । ସଦର ଥାନା କେନଘାଟି ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ ଜ୍ୟାକବ ରାଜ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛି ।
ଅଭିଯୁକ୍ତ ଜ୍ୟାକବ ରାଜ ଓ ସହ ଯୋଗୀ ଡକାୟତ କରି ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ପୁଲିସ ସେମାନଙ୍କୁ ଧରିବାକୁ ଯାଇଥିଲା । ପୁଲିସକୁ ଏହି ଗ୍ୟାଙ୍ଗ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳିମାଡରେ ଜ୍ୟାକବ ଆହତ ହୋଇଛି । ଜ୍ୟାକବର ଗୋଡରେ ଗୁଳି ବାଜିଛି । ଅଭିଯୁକ୍ତଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି । ଜ୍ୟାକବର ଘର କୋରାପୁଟରେ । ତା ନାଁରେ ୧୦ରୁ ୧୨ଟି ମାମଲା ରହିଛି । ଘଟଣାରେ ସମୁଦାୟ ୧୨ ଜଣ ଗିରଫ ହୋଇଛନ୍ତି ।