ପୁରୀ ପୋଲିସର ଏନକାଉଣ୍ଟର ।  ପୋଲିସ ଗୁଳିରେ ଆହତ ହେଲା ଅପରାଧୀ ରଶ୍ମୀରଞ୍ଜନ, ଚିକିତ୍ସା ପାଇଁ କଟକ ଏସସିବିରେ କରାଗଲା ଭର୍ତି

ପୁରୀ ପୋଲିସର ଏନକାଉଣ୍ଟର ।  ପୋଲିସ ଗୁଳିରେ ଆହତ ହେଲା ଅପରାଧୀ ରଶ୍ମୀରଞ୍ଜନ, ଚିକିତ୍ସା ପାଇଁ କଟକ ଏସସିବିରେ କରାଗଲା ଭର୍ତି
କନକ ବ୍ୟୁରୋ : ପୁରୀରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ରଶ୍ମୀ ରଞ୍ଜନ ଆହତ । ମିଳିଥିବା ସୂଚନା ଅନୁସାରେ ପୁରୀ ସିଦ୍ଧ ମହାବୀର ମନ୍ଦିର ନିକଟରେ ହୋଇଥିବା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ରଶ୍ମୀ ରଞ୍ଜନ ପଣ୍ଡାଙ୍କ ଠାବ ପୁଲିସ୍ ସୋମବାର ମଧ୍ୟ ରାତ୍ରରେ କରିଥିବା ଜାଣିବାକୁ ମିଳିଛି। ପୁଲିସ୍ ହାତରେ ଧରାପଡ଼ିବା ପରେ ରଶ୍ମୀ ରଞ୍ଜନ ପୁଲିସ୍ ଉପରକୁ ଗୁଳି ଚାଳନା କରିଥିଲେ। ପୁଲିସ୍ ବି ଅଭିଯୁକ୍ତ ରଶ୍ମୀ ରଞ୍ଜନଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲା। ପୁଲିସ୍ ବନ୍ଧୁକରୁ ଏକ ଗୁଳି ଯାଇ ବାଜିଥିଲା ରଶ୍ମୀ ରଞ୍ଜନଙ୍କ ଗୋଡ଼ରେ। ଗୋଡ଼ରେ ବାଜିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ରଶ୍ମୀ ରଞ୍ଜନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଆସନ୍ତା ୨୦୧୯ ନିର୍ବାଚନ ତାଲିକା ଘୋଷଣା ହେବାର ପରଦିନ ପୁରୀର ସିଦ୍ଧ ମହାବୀର ମନ୍ଦିର ନିକଟରେ ଥିବା ଏକ ଦୋକାନରେ ରାକେଶ ନାୟକ(୨୫) ନାମକ ଜଣେ ଯୁବକ ବସିଥିଲେ। ତାଙ୍କୁ ଅଚାନକ ୪ ଜଣ ଦୁର୍ବୃତ୍ତ ଆସି ଗୁଳି କରିଥିଲେ। ରାକେଶଙ୍କୁ ତାଙ୍କର ଜଣେ ସାଙ୍ଗ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାର ତଦନ୍ତ କରିବା ପାଇଁ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe