ପିପିଲିରେ ଏନକାଉଣ୍ଟର । ପୁଲିସ ଗୁଳିର ଶିକାର ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ, ବାଇକ୍ ସହ ଗୋଟିଏ ବନ୍ଧୁକ ଜବତ

ବ୍ରହ୍ମପୁର ଖଜୁରିଆ ଗାଁରେ ଗୁଳିକାଣ୍ଡ : ସଂଗବଦ୍ଧ ଭାବେ ୫ ଜଣ ଦୁର୍ବୃତ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ଗୁଳି କଲେ

english.ratopati.com

କନକ ବ୍ୟୁରୋ: ପିପିଲିରେ ପୁଲିସ-ଅପରାଧୀ ଗୁଳିବିନିମୟ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ ଆହତ । ଭାଗୁକୁ ଗୁରୁତର ଅବସ୍ଥାରେ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲିରେ ପୁଲିସ ଗୁଳିରେ ଜଣେ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ହେଉଛନ୍ତି ଭାଗୀରଥି ପ୍ରଧାନ ଓରଫ ଭାଗୁ। ତାର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ପିପିଲି-ନିମାପଡା ଓଭରବ୍ରିଜ ତାରକାଜ ଠାରେ ଘଟିଛି। ଆହତ ଭାଗୁ ଠାରୁ ପୁଲିସ ବାଇକ, ୯ ଏମ୍‌ଏମ୍‌ ପିସ୍ତଲ ଓ ଗୋଟିଏ ଗୁଳି ଜବତ କରିଛି। ତାର ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାପଡିଛି। ସେ ତାଳବଣିଆ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟରେ ଥିଲା। ଗତକାଲି ରାତିରେ ପୁଲିସ ତାର ଉପସ୍ଥିତି ସଂପର୍କରେ ଖବର ପାଇ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe