କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁଲୱାମା ସେକ୍ଟରରେ ସେନାକୁ ମିଳିଛି ବଡ ସଫଳତା । ମଙ୍ଗଳବାର ବିଳମ୍ବିତ ରାତିରେ ଏନକାଉଣ୍ଟର କରି ୩ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ସୁରକ୍ଷାବଳ । ଏହି ୩ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନର ଆତଙ୍କବାଦୀ ଅନୁଷ୍ଠାନ ଲସ୍କର-ଇ-ତୋଇବାର କମାଣ୍ଡର ଐଜାଜ୍ ଆଲିଆସ ଅବୁ ହୁରୈରା ମଧ୍ୟ ନିପାତ ହୋଇଛି । ଐଜାଜ୍ କିଛି ଦିନ ଆଗରୁ ଲୁଚିକି ସୀମା ଆରପାରିରୁ ଆସି କାଶ୍ମୀରର ପୁଲୱାମା ସେକ୍ଟରରେ ଲୁଚି ରହିଥିଲା । ଆଉ ଏଠାରେ ଆତଙ୍କରାଜ ଖେଳାଇବା ପାଇଁ ଷଡଯନ୍ତ୍ର ରଚୁଥିଲା । ତେବେ ସେନାର ଏନକାଉଣ୍ଟର ବେଳେ ଐଜାଜର ମୃତ୍ୟୁ ହୋଇଛି ।
ମଙ୍ଗଳବାର ପୁଲୱାମା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନୀୟ ପୋଲିସକୁ ସୂଚନା ମିଳିଥିଲା । ସ୍ଥାନୀୟ ପୁଲିସ ସେନାର ସହାୟତାରେ ସେଠାରେ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ୍ । ଅପରେସନ୍ ବେଳେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଫାୟାରିଂ କରିଥିଲେ । ଜବାବରେ ସେନା ତରଫରୁ ମଧ୍ୟ ଗୁଳି ଚାଳନା ହୋଇଥିଲା । ଅନେକ ସମୟ ଧରି ଉଭୟ ପଟୁ ଗୁଳିବିନିମୟ ପରେ ୩ଜଣ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ ଅଜ୍ଞାତ ଆତଙ୍କବାଦୀ ରହିଛନ୍ତି ।
ଘାଟିରୁ ଆତଙ୍କବାଦର ମୂଳପୋଛ ପାଇଁ ସେନାର ଅପରେସନ୍ ଜାରି ରହିଛି । ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ସ୍ଥାନରେ ସେନା ତରଫରୁ ଚଢାଉ କରାଯାଉଛି । ଯେଉଁଥିରେ ଅନେକ ଆତଙ୍କୀ ନିପାତ ହେଉଛନ୍ତି ଆଉ ଅନେକ ପୋଲିସ ନିକଟରେ ଆତ୍ମ ସମର୍ପଣ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/26-7.jpg)