କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ-ଯବାନଙ୍କ ମଧ୍ୟରେ ଏନକାଉଣ୍ଟରରେ ଆର୍ମି କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ବୁଧବାର ଡୋଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ସ୍ବାଧୀନତା ଦିବସ ପୂର୍ବରୁ ଏଭଳି ଆକ୍ରମଣ କରି ଆତଙ୍କବାଦୀମାନେ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

Advertisment

ଆତଙ୍କବାଦୀମାନେ ଉଦମପୁର ଅଞ୍ଚଳରେ ଲୁଚିରହିଥିବା ନେଇ ଗତକାଲି ସନ୍ଧ୍ୟା ୬ଟାରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏବେବି ଅପରେସନ ଜାରି ରହିଛି । ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିୟମରେ ଆର୍ମି କ୍ୟାପଟେନଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।