କନକ ବ୍ୟୁରୋ: ନକ୍ସଲ ବିରୋଧରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ୧୩ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷା ବଳ । ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଆଜି ସକାଳ ୫ଟା ୩୦ରେ କୋଟମି ନିକଟରେ ଥିବା ଜଙ୍ଗଲ ଅଂଚଳରେ ଏକ ବୈଠକରେ ଏକାଠି ହୋଇଥିଲେ ବହୁ ସଂଖ୍ୟାରେ ମାଓବାଦୀ ।
ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସୁରକ୍ଷା ବଳର ଏକ ୬୦ ଜଣିଆ ଟିମ୍ ମାଓବାଦୀଙ୍କୁ ଚାରିପଟୁ ଘେରାଉ କରିଥିଲେ । ଏହା ପରେ ସୁରକ୍ଷାବାହିନ ଉପରକୁ ଗୁଳିମାଡ ଆରମ୍ଭ କରି ଦେଇଥିଲେ ମାଓବାଦୀ । ତାପରେ ଜବାବରେ ମାଓବାଦୀଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଦେଇଥିଲେ ସୁରକ୍ଷା ବାହିନୀ ।
ପ୍ରାୟ ଘଂଟାଏ କାଳ ଧରି ଚାଲିଥିଲା ଗୁିଳି ବିନିମୟ । ସୁରକ୍ଷା ବାହିନୀର ଆକ୍ରମଣରେ ୧୩ ଜଣ ମାଓବାଦୀ ନିହତ ହୋଇଥିଲେ । ଏବଂ ଅନ୍ୟମାନେ ସେହି ସ୍ଥାନ ଛାଡି ଚାଲି ଯାଇଥିଲେ । ନିହତ ମାଓବାଦୀଙ୍କ ଶବ ଜବତ କରିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।