ପିସିଆର ଭ୍ୟାନ ଉପରକୁ ଆକ୍ରମଣ କରିବା ପଡ଼ିଲା ମହଙ୍ଗା! ଏନକାଉଣ୍ଟରେ ଅପରାଧୀ ଗୋଡ଼ରେ ବାଜିଲା ପୁଲିସ ଗୁଳି

ଖୋର୍ଦ୍ଧାରେ ଗର୍ଜିଲା ବନ୍ଧୁକ: ଅଧରାତିରେ ଏସଟିଏଫ-ମାଫିଆଙ୍କ ମଧ୍ୟରେ ଗୁଳି ବିନିମୟ, ଏନକାଉଣ୍ଟରରେ ଖଣି ମାଫିଆ ଗୁରୁତର

କନକ ବ୍ୟୁରୋ : କଟକରେ ପୁଣି ଗର୍ଜିଲା ବନ୍ଧୁକ । ପୁଲିସ୍ ଗୁଳିରେ ଅପରାଧୀ ଆହତ । କଟକ ସଦର ଥାନା ପୁଲିସର ଏନକାଉଣ୍ଟରରେ ଆହତ ହୋଇଛି ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଅପରାଧୀ କାବୋ ଓରଫ୍ ଉତମ ସିଂ । ଶନିବାରି ପିସିଆର୍ ଭ୍ୟାନ୍ ଉପରେ ବୋମା ମାଡ଼ କରିଥିବା କାବୋର ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି ।

କାବୋ ନାଁରେ କଟକର ବିଭିନ୍ନ ସ୍ଥାନରେ ୫ରୁ ଅଧିକ ମାମଲା ଥିବା ଜଣାପଡ଼ିଛି । କୋଠପାଟଣା ସ୍ଥିତ ଆରକେ ଭିଲ୍ଲାରେ କାବୋ ଏବଂ ତାର କିଛି ସହଯୋଗ ଲୁଚି ରହିଥିବା ବେଳେ ପୁଲିସ୍ ଅଚାନକ୍ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ଏହି ଅପରାଧୀ ଗୋଷ୍ଠୀ ଗୁଳିଚାଳନା କରିବାରୁ ପୁଲିସକୁ ପାଲଟା ଜବାବ୍ ଦେବାକୁ ପଡ଼ିଥିଲା । ଏଥିରେ କାବୋ ଓରଫ୍ ଉତମ ଆହତ ହୋଇଛି । ପୁଲିସ୍ ଏନକାଉଂଟର ସ୍ଥଳରୁ ବନ୍ଧକୁ ଏବଂ ଗୁଳିଗୋଳା ଜବତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe