ଦିର୍ଘ ଦିନର ନୀରବତା ପରେ ଭୁବନେଶ୍ୱରରେ ଏନକାଉଣ୍ଟର । ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧି ଜିତେନ୍ଦ୍ର ପଲେଇଙ୍କୁ କମିଶନରେଟ ପୁଲିସର ଏନକାଉଣ୍ଟର

699

କନକ ବ୍ୟୁରୋ : ଦିର୍ଘ ଦିନ ନିରବତା ପରେ ରାଜଧାନୀରେ ହୋଇଛି ଏନାକାଉଂଟର । ଦୁର୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇଙ୍କୁ ଏକକାଉଂଟର କରିଛି କମିଶନରେଟ ପୁଲିସ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଏନକାଉଂଟର କରିଛି । ଏନକାଉଂଟରରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ବାମ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଜିତେନ୍ଦ୍ର ପଲେଇଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି ।

ଖାରବେଳନଗର ଥାନାରେ ତାଙ୍କ ନାଁରେ ବୋମିଂ, ହତ୍ୟା ଉଦ୍ୟମ, ଅପହରଣ ଭଳି ଅପରାଧିକ ମାମଲା ରହିଛି । ସୂଚନା ମୁତାବକ ରାତି ପ୍ରାୟ ସାଢେ ଗୋଟେ ସମୟରେ ଭୁବନେଶ୍ୱରରେ ଥିବା ପୁଲିସ ସୂଚନା ପାଇଥିଲା । ଟଙ୍କପାଣି ରୋଡ ନିକଟରେ ଅଭିଯୁକ୍ତ ଜିତେନ୍ଦ୍ର ପଲେଇ ଏକ କାରରେ ଅନ୍ୟ ଅଭିଯୁକ୍ତମାନଙ୍କୁ ସହ ଭୁବନେଶ୍ୱର ଭିତରକୁ ପଶୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ହେଲେ ସେ ପୁଲିସକୁ ଚକମା ଦେଇ ବାଙ୍କୁଆଳ ଆଡକୁ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ପରେ ଖାରବେଳ ନଗର ପୁଲିସ ସହ ସ୍ପେଶାଲ ସ୍କ୍ୱାଡ୍ ଟିମ ମିଳିତ ଭାବେ ଜିତେନ୍ଦ୍ର ପଲେଇଙ୍କ ପିଛା କରିଥିଲେ । ଏହି ସମୟରେ ପୁଲିସ ଉପରକୁ ଗୁଳି ମାଡି କରି ଖସିଯିବାକୁ ଚେଷ୍ଟା କରିଥିଲା ଜିତେନ । ପୁଲିସ ପାଲଟା ଗୁଳିଚାଳନା କରିବାରୁ ତାଙ୍କ ଗୋଡରେ ବାଜିଥିଲା ।