କମିସନରେଟ ପୋଲିସର ଏନକାଉଣ୍ଟର ଅଭିଯାନ !ଦୁର୍ଦ୍ଦାନ୍ତ ଅପରାଧୀ ଏ.ଶିବା ପ୍ରଥମ ଶିକାର, ପାଲଟା ଆକ୍ରମଣରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଅନୁପ କାନୁନଗୋ ଆହତ

Advertisment
କୁଖ୍ୟାତ ଡକାୟତ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟ ଚଗଲାକୁ ଏନକାଉଣ୍ଟର କଲା ନୟାଗଡ ପୋଲିସ୍ ! ରଣପୁର ଗ୍ରାମ୍ୟ ବ୍ୟାଙ୍କ ଡକାୟତିର ଥିଲା ମାଷ୍ଟରମାଇଣ୍ଡ ।

image courtesy-http://odishasamaya.com

କନକ ବ୍ୟୁରୋ : କଟକ ପରେ ରାଜଧାନୀରେ ଗର୍ଜିଲା ବନ୍ଧୁକ । ପାର୍ବଣ ଋତୁରେ ଅପରାଧୀଙ୍କୁ ସଫା କରିବା ପାଇଁ କମିସନରେଟ ପୋଲିସ ଆରମ୍ଭ କରିଛି ଏନକାଉଣ୍ଟର ଅଭିଯାନ । ରାଜଧାନୀରେ ଗତକାଲି ରାତିରେ ଗଞ୍ଜାମର ଦୁର୍ଦାନ୍ତ ଅପରାଧୀ ଏ. ଶିବାଙ୍କୁ ଏନକାଣ୍ଟଟର କରିଛି କମିଶନରେଟ ପୁଲିସ୍ । ଖଣ୍ଡଗିରି ଜୟଦେବ ବାଟିକା ଆଗରେ ପୁଲିସ ଗୁଳିରେ ଆହତ ହୋଇଛି ଏ. ଶିବା ।

ତେବେ ପୋଲିସ ପକ୍ଷରୁ ଚଢାଉ ବେଳେ ପୋଲିସ ଉପରକୁ ୬ରାଉଣ୍ଡ ଗୁଳି କରିଥିଲା ଏହି ଦୁର୍ଦାନ୍ତ ଅପରାଧୀ । ପୋଲିସର ପାଲଟା ଗୁଳିରେ ଶିବା ଆହତ ହୋଇଛି । ଶିବାର ବାମ ଗୋଡରେ ଗୁଳି ବାଜିଛି । ଶିବା ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ତା ନିକଟରୁ ଗୋଟିଏ ବନ୍ଧୁକ ଓ ୩ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ତେବେ ଶିବାର ଗୁଳିରେ ଏନକାଣ୍ଟର ସ୍ପେଶାଲିଷ୍ଟ ଅନୁପ କାନୁନଗୋ ଆହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe