ଆତଙ୍କୀ ଛାତିରେ ସେନାର ଗୁଳି । ଅବନ୍ତିପୁରାରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିପାତ । ମାଟି ମା’ର ସୁରକ୍ଷା ପାଇଁ ସାହସ ଦେଖାଇ ଲଢ଼ିଥିବା ଦୁଇ ଯବାନ ସହିଦ ।

Advertisment
ଆତଙ୍କୀ ଛାତିରେ ସେନାର ଗୁଳି । ଅବନ୍ତିପୁରାରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିପାତ । ମାଟି ମା’ର ସୁରକ୍ଷା ପାଇଁ ସାହସ ଦେଖାଇ ଲଢ଼ିଥିବା ଦୁଇ ଯବାନ ସହିଦ ।

କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ଅବନ୍ତିପୁରାରେ ସେନା ଯବାନ ଓ ଆତଙ୍କବାଦୀଙ୍କ ଭିତରେ ଏନକାଉଂଟର ହୋଇଛି । ଏଥିରେ ଦୁଇ ଯବାନ ସହିଦ ହୋଇଛନ୍ତି । ଜଣେ ଏସଓପି ଓ ଜଣେ ସେନାର ଯବାନ ସହିଦ ହୋଇଛନ୍ତି । ଏନକାଉଂଟର ଚାଲିଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ନେଇ ଖବର ଆସିଥିଲା କିନ୍ତୁ ସେହି ସ୍ଥାନରୁ ଏଯାଏଁ କୌଣସି ଆତଙ୍କବାଦୀର ଶବ ମିଳିନାହିଁ ।

ସୂଚନା ମୁତାବକ, ଜାଣ୍ଡ ଗ୍ରାମରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସେନା ସୁରକ୍ଷା ବାହିନୀ ଓ ଜମ୍ମୁ- କଶ୍ମୀର ପୁଲିସ୍ ପକ୍ଷରୁ ମିଳିତ ଭାବେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ଓ୍ଵାସିମ୍ ଓ୍ଵାନି ଓ ଜାହାଙ୍ଗୀର ବୋଲି ଚିହ୍ନଟ କରାଯାଇଛି। ଏହି ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏନ୍କାଉଣ୍ଟର ଜାରି ରହିଥିବା ଜାଣିବାକୁ ମିଳିଛି। ସେପଟେ ଏବେବି ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଗତକାଲି ପୁଲୱାମାର ବାଚି ଗାଁରେ ହୋଇଥିବା ଏନକାଉଂଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ହିଜବୁଲ ମୁଜାହିଦ୍ଦିନର ୩ଆତଙ୍କୀଙ୍କୁ ନିହତ କରିଥିଲା ସେନା । ଏହାସହ ଆତଙ୍କବାଦୀଙ୍କ ଠାରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe